ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟଣା: ‘ଏନ୍‌ଆଇଏ’ର ତଦନ୍ତ ଆରମ୍ଭ, ୭ ଅଟକ

ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଗୁରୁବାର ଆତଙ୍କବାଦୀ ଆକ୍ରମଣ ଘଟଣାର ‘ଏନ୍‌ଆଇଏ’ ଦ୍ୱାରା ତଦନ୍ତ ଆରମ୍ଭ ହୋଇ ଯାଇଛି। ଏହି ଘଟଣା ସହିତ ସଂପୃକ୍ତି ସନ୍ଦେହରେ ତଦନ୍ତକାରୀ ଟିମ୍‌ ଶୁକ୍ରବାର ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତଦନ୍ତକାରୀ ଟିମ୍‌ ସିମ୍ବୁ ନବଲରୁ ୬ ଜଣ ଏବଂ ଲାରୁ ଅଂଚଳର ରାମୁ ଗ୍ରାମରୁ ଜଣଙ୍କୁ ଅଟକ ରଖି ପଚାରାଉଚରା କରୁଛି।

ଜାତୀୟ ତଦନ୍ତ ସଂସ୍ଥାର ତଦନ୍ତକାରୀ ଟିମ୍‌ ଜମ୍ମୁ କଶ୍ମୀରରେ ପହଂଚିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଟିମ୍‌ ଜମ୍ମୁ କଶ୍ମୀରରେ ପହଂଚିବା ପରେ ସ୍ଥାନୀୟ ପୁଲିସ ସହିତ ମିଶି କାମ କରୁଛି। ସୂଚନାଯୋଗ୍ୟ ପୁଲବାମା ଜିଲ୍ଲାରେ ଗୁରୁବାର ଆତଙ୍କବାଦୀ ସଂଗଠନ ‘ଜୈଶ-ଏ-ମହମ୍ମଦ’ ଦ୍ୱାରା ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଛନ୍ତି। ଏହି ଯବାନଙ୍କ ମଧ୍ୟରେ ୨ ଜଣ ଓଡ଼ିଶାରୁ ସାମିଲ ଅଛନ୍ତି।

ଜମ୍ମୁ କଶ୍ମୀରର ସିଆରପିଏଫ୍‌ କାର୍ଯ୍ୟାଳୟରେ ପହଂଚିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ସହିଦ ଯବାନଙ୍କ ପାର୍ଥିବ ଶରୀରରେ ଶ୍ରଦ୍ଧାଂଜଳି ଦେଇଛନ୍ତି। ଗୃହମନ୍ତ୍ରୀ ଅଧିକାରୀଙ୍କ ସହିତ ବୈଠକରେ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର