ନୂଆଦିଲ୍ଲ: ଉରି ଏବଂ ପୁଲଵାମା ଆକ୍ରମଣର ନ୍ୟାୟିକ ଯାଞ୍ଚ ହେବନାହିଁ ବୋଲି ଆଜି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ପ୍ରଶାସନିକ ତ୍ରୁଟି ଯୋଗୁଁ ଏଭଳି ଅଘଟଣ ହୋଇଥିବା ଅଭିଯୋଗ ଆଣି ଘଟଣାର ନ୍ୟାୟିକ ଯାଞ୍ଚ ପାଇଁ ଆଡଭୋକେଟ୍ ବିନୀତ ଧଣ୍ଡା କରିଥିବା ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।
ସୂଚନା ଥାଉ କି, ଗତ ୧୮ ତାରିଖରେ ବିନୀତ କରିଥିବା ଆବେଦନରେ ଉରି ଏବଂ ପୁଲଵାମା ଆକ୍ରମଣର ତଦନ୍ତ ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ସେନାବାହିନୀ, ତଦନ୍ତକାରୀ ସଂସ୍ଥା ଏବଂ ସ୍ଥାନୀୟ ପ୍ରଶାସନର ଅଧିକାରୀଙ୍କୁ ନେଇ ଏକ କମିସନ ଗଠନ କରିବାକୁ ନିବେଦନ କରିଥିଲେ। ଏଥି ସହିତ ବିଚ୍ଛିନ୍ନତାବାଦୀ ନେତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଜଣାଇବାକୁ ମଧ୍ୟ ଆବେଦନକାରୀ ଅନୁରୋଧ କରିଥିଲେ। ଏପରିକି ସଂପୃକ୍ତ ବିଚ୍ଛିନ୍ନତାବାଦୀ ନେତାମାନେ ନିର୍ବାଚନ ନ ଲଢ଼ିବା ପାଇଁ ମାନ୍ୟବର ଅଦାଲତ ନିର୍ଦ୍ଦେଶ କରିବାକୁ ମଧ୍ୟ ନିବେଦନ କରାଯାଇଥିଲା। ତେବେ ଏଭଳି ଆବେଦନର ଶୁଣାଣି କରିବାକୁ ଖଣ୍ଡପୀଠ ଆଜି ମନା କରିଦେଇଛନ୍ତି।
ପୁଲଵାମା ଆକ୍ରମଣର ନ୍ୟାୟିକ ଯାଞ୍ଚ ହେବନି: ସୁପ୍ରିମ୍ କୋର୍ଟ
/sambad/media/post_attachments/wp-content/uploads/2019/02/supremeC.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)