ନୂଆଦିଲ୍ଲୀ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ନେଇ ପାକିସ୍ତାନର ସ୍ବୀକାରୋକ୍ତି ପରେ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବ ସେନା ମୁଖ୍ୟ ଭିକେ ସିଂହ ଏହି ମାମଲାକୁ ବୈଶ୍ବିକସ୍ତରରେ ଉଠାଇ ପାକିସ୍ତାନକୁ ଏକଘରିଆ କରିବାକୁ ଆହ୍ବାନ ଦେଇଛନ୍ତି। ପାକିସ୍ତାନ ସଂସଦରେ ପୁଲୱାମା ଆକ୍ରମଣ ନେଇ ସବୁକଥା ପ୍ରଘଟ କରାଯାଇଥିବାରୁ ତୁରନ୍ତ ଏହାକୁ ବ୍ଲାକ୍ଲିଷ୍ଟ କରିବା ଦିଗରେ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫ୍ଏଟିଏଫ୍) ପଦକ୍ଷେପ ନେବାକୁ ସିଂହ ଗୁରୁତ୍ବାରୋପ କରିଛନ୍ତି।
ପୁଲୱାମାରେ ଭାରତୀୟ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ସଂପୂର୍ଣ୍ଣ ଭାବେ ପାକିସ୍ତାନ ପ୍ରାୟୋଜିତ ଥିବା ପାକିସ୍ତାନ ସ୍ବୀକାର କରିଥିବାରୁ ଏହି ଆକ୍ରମଣକୁ ନେଇ ଭାରତରେ ଯେଉଁ ବିରୋଧୀ ଦଳ ନେତାମାନେ ସରକାରଙ୍କ ଉପରେ ଅଙ୍ଗୁଳି ଉଠାଇଥିଲେ ସେମାନଙ୍କୁ ଜୋତାରେ ମାରିବା ଉଚିତ ବୋଲି ଭିକେ ସିଂହ କହିଛନ୍ତି।
ସୂଚନାଯୋଗ୍ୟ, ପୁଲୱାମା ଆକ୍ରମଣ ପରେ କେତେକ ନେତା ଅଭିଯୋଗ କରିଥିଲେ ଯେ ଏହି ଆକ୍ରମଣକୁ ସରକାର ହିଁ କରାଇଛନ୍ତି। ଏଭଳି ଲୋକଙ୍କୁ ଜନତା କେବେ ବି ବିଶ୍ବାସ କରିବା ଉଚିତ ନୁହେଁ ବୋଲି ସିଂହ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/VK_Singh_0_0_0_0.jpeg)