ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଲସ୍କର-ଏ-ତଏବାର ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିରେ ସେନାର ତିନି ଜଣ ଯବାନ ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି। ନିର୍ଦିଷ୍ଟ ସୂଚନାକୁ ଆଧାର କରି ସେନା, ସିଆର୍ପିଏଫ୍ ଏବଂ ପୋଲିସ ମିଳିତ ଭାବେ ପୁଲୱାମା ଜିଲ୍ଲାର ଲସିପୋରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏକ ନିର୍ଦିଷ୍ଟ ଅଞ୍ଚଳକୁ ସୁରକ୍ଷା ବାହିନୀ ଘେରିଯିବା ପରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳିମାଡ କରିଥିଲେ। ସୁରକ୍ଷା ଯବାନ ପାଲଟା ଜବାବ ଦେଇଥିଲେ। ଏଥିରେ ୪ ଆତଙ୍କବାଦୀ ନିପାତ ହୋଇଥିଲେ। ଏହି ସୂଚନା ଦେଇଛନ୍ତି ଶ୍ରୀନଗରସ୍ଥିତ ପ୍ରତିରକ୍ଷା ବିଭାଗ ପ୍ରବକ୍ତା କଣର୍ଣ୍ଣ ରାଜେଶ କାଲିଆ। ଘଟଣା ସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିବା ପ୍ରକାଶ।
ପୁଲୱାମା ଏନ୍କାଉଣ୍ଟର: ୪ ଆତଙ୍କବାଦୀ ନିହତ, ୩ ଯବାନ ସମେତ ୪ ଆହତ
/sambad/media/post_attachments/wp-content/uploads/2019/04/Untitled-12-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)