ପୁଲ୍‌ଓ୍ଵାମା ଏନ୍‌କାଉଣ୍ଟର୍‌: ଦୁଇ ଆତଙ୍କବାଦୀ ନିହତ; ଚାରି ଯବାନ ସହିଦ

ଶ୍ରୀନଗର: ସୋମବାର ସକାଳୁ ପୁଲ୍‌ଓ୍ଵାମା ଜିଲ୍ଲା ଅନ୍ତର୍ଗତ ପିଙ୍ଗ୍‌ଲାନ୍‌ ଅଞ୍ଚଳରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଏଥିରେ ଦୁଇ ଆତଙ୍କବାଦୀ ନିହତ ଓ ସେନାର ଚାରି ଜଣ ଯବାନ ସହିଦ ହୋଇଥିବା ଖବର ମିଳିଛି।

ପାକିସ୍ତାନର ଜୈସ୍‌-ଏ-ମହମ୍ମଦ୍‌ ସଂଗଠନର ଆତଙ୍କବାଦୀମାନେ ନିରାପତ୍ତା ବଳଙ୍କ ଉପରକୁ ଗୁଳି ଚଳାଇବା ପରେ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା। ଦୁଇରୁ ତିନି ଜଣ ଆତଙ୍କବାଦୀଙ୍କୁ ନିରାପତ୍ତା ବଳ ବେଢ଼ି ରହିଛନ୍ତି। ସମ୍ପୃକ୍ତ ଆତଙ୍କବାଦୀମାନେ ଜୈସ୍‌-ଏ-ମହମ୍ମଦ୍‌ର ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ଆଦିଲ୍‌ ଅହମଦ୍‌ ଦର୍‌ ସହ ସମ୍ପୃକ୍ତି ଥିବା କଥା ବିଶ୍ୱାସ କରାଯାଉଛି।

ଆହତ ଚାରି ଜଣ ଯବାନଙ୍କୁ ଶ୍ରୀନଗରସ୍ଥିତ ସେନା ହସ୍‌ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସହିଦମାନଙ୍କ ମଧ୍ୟରେ ଜଣେ ମେଜର ଅଛନ୍ତି। ପରେ ଆଉ ଜଣେ ଯବାନ ସହିଦ ହୋଇଛନ୍ତି। ସହିଦ ହେଉଛନ୍ତି ମେଜର୍‌ ଡିଏସ୍‌ ଦୋନ୍ଦିଆଲ୍‌, ହେଡ୍‌ କନେଷ୍ଟବଳ ସେବା ରାମ, ସିପାହୀ ଅଜୟ କୁମାର, ହରିସିଂହ ଓ ଗୁଲ୍‌ଜାର୍‌ ମହମ୍ମଦ୍‌।

ଅଳ୍ପ ସମୟ ଲାଗି ଗୁଳି ବିନିମୟ ପରେ ରାଜ୍ୟ ପୁଲିସ ଓ ସେନା ଗତ ରାତିରେ ପିଙ୍ଗ୍‌ଲାନ୍‌ ଅଞ୍ଚଳ ଗାଁ’ରେ କର୍ଡନ୍‌ ଓ ସର୍ଚ ଅଭିଯାନ ଆରମ୍ଭ ହୋଇଥିଲା ବୋଲି ପୁଲିସ କହିଛି।

 

ସମ୍ବନ୍ଧିତ ଖବର