୨୦୧୯ରେ ଛାତିକୁ ପଥର କରି ସହିଦ୍ ସ୍ୱାମୀଙ୍କୁ ବିଦାୟ ଦେଇଥିଲେ ବୀରାଙ୍ଗନା ନୀତିକା, ଆଜି ଲେଫ୍ଟନାଣ୍ଟ ଭାବେ ସେନାରେ ଯୋଗଦେଲେ

ନୂଆଦିଲ୍ଲୀ: ସେନାରେ ଯୋଗଦେଲେ ସହିଦ ଯବାନ ବିଭୂତି ଶଙ୍କର ଢୋଣ୍ଡିିୱାଲଙ୍କ ପତ୍ନୀ ନୀତିକା କୌଲ । ପୁଲୱାମା ଆକ୍ରମଣରେ ସହିଦ- ମେଜର ବିଭୂତି ଶଙ୍କର ଢୋଣ୍ଡିିୱାଲଙ୍କ ପତ୍ନୀ ନୀତିକା କୌଲ ଆଜି ଲେଫ୍ଟନାଣ୍ଟ ଭାବେ ସେନାରେ ଯୋଗ ଦେଇଛନ୍ତି । ମେ’ ୨୬ ତାରିଖରେ ଅଫିସର୍ସ ଟ୍ରେନିଂ ଏକାଡେମୀରୁ ଉତ୍ତିର୍ଣ୍ଣ ହେବାପରେ ଆଜି ତାଙ୍କୁ ଔପଚାରିକ ଭାବେ ସେନାରେ ସାମିଲ କରିଛନ୍ତି ଭାରତୀୟ ସେନା ନର୍ଦ୍ଦନ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ୱାକେ ଯୋଶୀ ।

ବଡକଥା ହେଉଛି ଆତଙ୍କବାଦୀ ଆକ୍ରମଣରେ ସ୍ୱାମୀ ସହିଦ ହେବାର ମାତ୍ର ୬ ମାସ ପରେ ସେନାରେ ଯୋଗଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ନୀତିକା । ୨୮ ବର୍ଷୀୟ ନୀତିକା ସର୍ଟ ସର୍ଭିସ କମିଶନ ପରୀକ୍ଷାରେ ଉତ୍ତିର୍ଣ୍ଣ ହେବା ସହ ଗତବର୍ଷ ସାକ୍ଷାତକାର ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇଥିଲେ । ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିଲେ ମେଜର ବିଭୁତି ଶଙ୍କର ଢୋଣ୍ଡିିୱାଲ। ତାଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ରରେ ଭୂଷିତ କରାଯାଇଥିଲା ।

New Indian Express

ମେଜର ବିଭୁତି ଶଙ୍କରଙ୍କୁ ଶ୍ରଦ୍ଧାଞ୍ଜଳି ସମୟରେ ତାଙ୍କ କଫିନ ନିକଟରେ ବସିଥିବା ପତ୍ନୀ ନୀତିକାଙ୍କୁ ପ୍ରଥମେ ଦେଖଥିଲା ପୁରା ଦେଶ । ମନରେ ବେଦନାର ପାହାଡ, ଆଖିରେ ଅଶ୍ରୁର ଜୁଆର ଥାଇ ବି ସେ ସ୍ୱାମୀଙ୍କୁ ସଲାମ୍ କରି ‘ଆଇ ଲଭ୍ ୟୁ’ କହି ବିଦାୟ ଦେଇଥିଲେ । ଶେଷ ବିଦାୟ ସମୟରେ ତାଙ୍କ ପତ୍ନୀ ନିକିତା କୌଲଙ୍କ ବକ୍ତବ୍ୟ ସେତେବେଳେ ସାରା ଦେଶର ଆଖିରେ ଲୁହ ଆଣିଦେଇଥିଲା । ବିବାହର ମାତ୍ର ୧୦ ମାସ ଭିତରେ ସ୍ୱାମୀଙ୍କୁ ହରାଇବା କେତେ କଷ୍ଟ ତାହା ସେହି ଗୋଟିଏ ଭିଡିଓରୁ ଜଣାପଡିଥିଲା, ଯେଉଁଥିରେ ବୀର ଯବାନଙ୍କ ବୀର ପତ୍ନୀ କହୁଥିଲେ ,“ତୁମକୁ ସଲାମ୍ ବିଭୁ, ଘର କଥା ନିଜ କଥା ତୁମେ ଚିନ୍ତା ନ କରି ଦେଶ ପାଇଁ ଜୀବନକୁ ସମର୍ପଣ କଲ । ତୁମର ଏହି ବଳିଦାନ ପାଇଁ ମୁଁ ଗର୍ବିତ,ଆଇ ଲଭ୍ ୟୁ ।”

ସମ୍ବନ୍ଧିତ ଖବର