ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପୁଣି ଥରେ ବେଶ୍ ଶାଣିତ ଶବ୍ଦ ପ୍ରୟୋଗ କରି କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ। କଂଗ୍ରେସ ଅଧ୍ୟକ୍ଷ ରାହୁଲ କହିଛନ୍ତି ଯେ ଗତ ୧୪ ତାରିଖ ପୁଲଓ୍ଵାମା ଆକ୍ରମଣ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କାର୍ଯ୍ୟକଳାପର ପ୍ରଚାର ପାଇଁ ଏକ ଡକ୍ୟୁକେଣ୍ଟାରି ଫିଲ୍ମ ସୁଟିଂରେ ବ୍ୟସ୍ତ ଥିଲେ। ଏପରିକି ସେଦିନ ଅପରାହ୍ଣରେ ଆତ୍ମଘାତୀ ଆକ୍ରମଣ ସମ୍ପର୍କରେ ଜଣାପଡ଼ିବା ପରେ ସାରା ଦେଶ ଯେତେବେଳେ ଶୋକରେ ଡୁବି ରହିଥିଲା ଓ ଶହୀଦମାନଙ୍କ ପରିବାରରେ ଚୁଲୀ ବନ୍ଦ ହୋଇ ଯାଇଥିଲା, ସେତେବେଳେ ଏଘଟଣା ପ୍ରଧାନମନ୍ତ୍ରୀଙ୍କୁ ବିଚଳିତ କରିପାରି ନଥିଲା। ସେ ଦୁର୍ଭାଗ୍ୟଜନକ ଘଟଣାର ତିନି ଘଣ୍ଟା ପର ପର୍ଯ୍ୟନ୍ତ ଉତ୍ତରାଖଣ୍ଡର କରବେଟ୍ ଜାତୀୟ ଉଦ୍ୟାନରେ ନିଜ ପ୍ରଚାର ପାଇଁ ଏକ ଡକ୍ୟୁକେଣ୍ଟାରି ଫିଲ୍ମ ସୁଟିଂ ଜାରି ରଖିଥିଲେ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଅଭିଯୋଗ କରିଛନ୍ତି।
पुलवामा में 40 जवानों की शहादत की खबर के तीन घंटे बाद भी ‘प्राइम टाइम मिनिस्टर’ फिल्म शूटिंग करते रहे।
देश के दिल व शहीदों के घरों में दर्द का दरिया उमड़ा था और वे हँसते हुए दरिया में फोटोशूट पर थे।#PhotoShootSarkarpic.twitter.com/OMY7GezsZN
— Rahul Gandhi (@RahulGandhi) February 22, 2019
ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ସୁଟିଂ କାଳର କିଛି ଫଟୋଚିତ୍ରକୁ ସାଧାରଣରେ
ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ପ୍ରାଇମ୍ ଟାଇମ୍ ମିନିଷ୍ଟର’ ଓ ତାଙ୍କ ସରକାରକୁ ‘ଫଟୋସୁଟ୍ ସରକାର’ ବୋଲି କହି କଟାକ୍ଷ କରିଛନ୍ତି।
ଅପରପକ୍ଷେ, ବିଜେପି କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କ ଏ ଅଭିଯୋଗକୁ ଖଣ୍ଡନ କରି ନଥିଲେ ବି ଦେଶର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସାରା ବିଶ୍ୱ ଭାରତ ପଛରେ ଛିଡ଼ା ହେବାକୁ ଆଗେଇ ଆସିଥିବା ବେଳେ ଏପରି ଅଯଥା ତଥା ଅପ୍ରାସଙ୍ଗିକ କଥା ଉଠାଇ କଂଗ୍ରେସ ସୁରକ୍ଷା ବାହିନୀର ଆତ୍ମବଳ ଓ ଉତ୍ସାହକୁ ଦୁର୍ବଳ କରିବାକୁ ଚାହୁଛି ବୋଲି ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି।