ଜମ୍ମୁରେ ଗିରଫ ହୋଇଥିବା ୩ ଜଣଙ୍କ ଭିତରୁ ଜଣେ ପୁଲୱାମା ଆତ୍ମଘାତୀ ବିସ୍ଫୋରଣରେ ସଂଶ୍ଲିଷ୍ଟ ଆତଙ୍କବାଦୀର ଭାଇ !

ଶ୍ରୀନଗର: ଶୁକ୍ରବାର ପୂର୍ବାହ୍ନରେ ଜମ୍ମୁ ଉପକଣ୍ଠସ୍ଥିତ ନଗ୍ରୋତା ଅଞ୍ଚଳର ଏକ ଟୋଲ୍‌ ପ୍ଲାଜା ପାଖରେ ଆତଙ୍କବାଦୀ ଓ ପୁଲିସ୍‌ ମଧ୍ୟରେ ଗୁଳି ବିନିମୟ ହୋଇ ୩ ଆତଙ୍କବାଦୀ ନିପାତ ହୋଇଥିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ହେଲ୍‌ପର ହୋଇଥିବା ବେଳେ ଆଉ ଜଣେ ଥିଲା ଟ୍ରକ୍‌ ଡ୍ରାଇଭର୍‌। ପୁଲିସ୍‌ ସୂଚନା ଦେଇ କହିଛି ଯେ ଟ୍ରକ୍‌ ଚାଳକ ଜଣକ ପୁଲୱାମା ଆତ୍ମଘାତୀ ବିସ୍ଫୋରଣରେ ସଂଶ୍ଲିଷ୍ଟ ଥିବା ଆତଙ୍କବାଦୀର ସଂପର୍କୀୟ ଭାଇ ବୋଲି ସନ୍ଦେହ କରାଯାଉଛି। ଏମାନେ ସମସ୍ତେ ଜୈଶ୍‌-ଇ-ମହମ୍ମଦର ଆତଙ୍କବାଦୀ।  ପୁଲିସ୍‌ ସଂଦିଗ୍ଧ ଆତଙ୍କବାଦୀମାନଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ବି ଜବତ କରିଛି।

ଉଲ୍ଲେଖଯୋଗ୍ୟ, ଆଜି ପୂର୍ବାହ୍ନରେ ଏକ ଟ୍ରକ୍‌ ଯୋଗେ ଶ୍ରୀନଗର ଆଡ଼େ ଯାଉଥିବା ଆତଙ୍କବାଦୀମାନଙ୍କ ଉପରକୁ ପୁଲିସ୍‌ ଗୁଳି ଚାଳନା କରିଥିଲା। ଜମ୍ମୁ-ଶ୍ରୀନଗର ଟୋଲ୍‌ ପ୍ଲାଜା ନିକଟରେ ଗାଡ଼ି ଅଟକାଇ ସିକ୍ୟୁରିଟି ଚେକ୍‌ ବେଳେ ଭୋର୍‌ ପ୍ରାୟ ୫ଟାରେ ହୋଇଥିବା ଏହି ଗୁଳି ବିନିିମୟରେ ଜଣେ ପୁଲିସ୍‌ ଆହତ ହୋଇଥିବା ସୂଚନା ରହିଛି।

www.hindustantimes.com

ପୁଲିସ୍‌ ଗୁଳି ଚାଳନାରେ ୩ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି ଏବଂ ବାକି ଆତଙ୍କବାଦୀ ଆଖପାଖରେ ଥିବା ଜଙ୍ଗଲିଆ ଅଞ୍ଚଳକୁ ଖସି ପଳାଇ ଯାଇଥିବା କଥା ଜମ୍ମୁ ଓ କଶ୍ମୀରର ପୁଲିସ ମହାନିର୍ଦେଶକ ଦିଲ୍‌ବାଗ୍‌ ସିଂହ କହିଥିଲେ। ଆତଙ୍କବାଦୀମାନେ ଟ୍ରକ୍‌ ଯୋଗେ ଶ୍ରୀନଗର ଆଡ଼େ ଯାଉଥିବା ବେଳେ ଟୋଲ୍‌ ଗେଟ୍‌ ନିକଟରେ ପୁଲିସ୍‌ ଗାଡ଼ି ଅଟକାଇଥିଲା ଓ ସେଠାରେ ପୁଲିସ୍‌ ଓ ଆତଙ୍କବାଦୀ ଭିତରେ ଗୁଳି ବିନିମୟ ହୋଇଥିଲା।

ସମ୍ବନ୍ଧିତ ଖବର