ଆତଙ୍କବାଦୀ ଆକ୍ରମଣ ଶାସକ ଓ ବିରୋଧୀଙ୍କୁ ଏକ କଲା, ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଘୋଷଣା କଲେ ରାହୁଲ

ପୁଲୱାମା: ଗତକାଲି ପୁଲୱାମା ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୩୮ଜଣ ଯବାନ ସହିଦ ହେବା ଖବର ସମଗ୍ର ଦେଶକୁ ସ୍ତବ୍ଧ କରିଛି। ଏହି ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଏକ ହୋଇଛନ୍ତି । ଆତଙ୍କବାଦୀଙ୍କ  ମୁକାବିଲା ପାଇଁ ଶାସକ ଓ ବିରୋଧୀ କାନ୍ଧକୁ କାନ୍ଧ ମିଳାଇ ଭାରତୀୟ ସେନାଙ୍କ ସହ ରହିଛନ୍ତି ବୋଲି ମତ .ଦେଇଥିବା ଦେଖିବାକୁ ମିଳିଛି । ସିଆରପିଏଫ୍‌ ଯବାନ ଦେଶ ପାଇଁ ବଳିଦାନ ଦେଇଛନ୍ତି ତାହା ବ୍ୟର୍ଥ ଯିବନି ବୋଲି ବିଭିନ୍ନ ରାଜନୈତିକ ଦଳ କହିଛନ୍ତି।

ଆଗକୁ ନିର୍ବାଚନ ଥିଲେ ମଧ୍ୟ ଏହାକୁ ବାଦ୍‌ ଦେଇ ଯବାନ ଓ କେନ୍ଦ୍ର ସରକାରଙ୍କ ସହିତ  ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳ ଛିଡ଼ା ହୋଇଛନ୍ତି । ଜଣକ ପରେ ଜଣେ କେନ୍ଦ୍ର ସରକାରଙ୍କ ସାଥ୍‌ ଦେଇଛନ୍ତି । ଏହି ମର୍ମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ, କେନ୍ଦ୍ର ସରକାର ଯାହା ନିଷ୍ପତ୍ତି ନେବେ କଂଗ୍ରେସ ତାହାକୁ ସମର୍ଥନ ଜଣାଇବ । ଏହି ଆକ୍ରମଣ ଭାରତର ଆତ୍ମା ଉପରେ ଆକ୍ରମଣ .ବୋଲି କରିଛନ୍ତି ରାହୁଲ। ଏହାର  ଦୃଢ଼ ଜବାବ ଦିଆଯିବ । କେବଳ କଂଗ୍ରେସ ନୁହେଁ, ବିଭିନ୍ନ ରାଜ୍ୟର ଆଞ୍ଚଳିକ ଦଳଗୁଡ଼ିକ ଏବେ କେନ୍ଦ୍ର ସରକାର ଏବଂ ଯବାନମାନଙ୍କ ସହ ଛିଡ଼ା ହୋଇଛନ୍ତି ।

ସମ୍ବନ୍ଧିତ ଖବର