ରାଜ୍‌ ଠାକ୍‌ରେଙ୍କ ଚେତାବନୀ ପରେ ଟି ସିରିଜ୍‌ ୟୁଟ୍ୟୁବ୍‌ରୁ ହଟାଇଲା ପାକିସ୍ତାନୀ ଗାୟକଙ୍କ ଗୀତ

ମୁମ୍ବାଇ: ପୁଲଓ୍ଵାମାର ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ୍‌ ସହିଦ୍‌ ହେବାପରେ ମହାରାଷ୍ଟ୍ର ନବନିର୍ମର୍ାଣ ସେନା ମୁଖ୍ୟ ରାଜ୍‌ ଠାକ୍‌ରେ ମ୍ୟୁଜିକ୍‌ କଂପାନୀମାନଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ, ମ୍ୟୁଜିକ୍‌ କଂପାନିମାନେ ପାକିସ୍ତାନୀ କଣ୍ଠଶିଳ୍ପୀମାନଙ୍କ ସହ କାମ କରିବା ବନ୍ଦ କରନ୍ତୁ। ଟି ସିରିଜ୍‌,ସୋନି ମ୍ୟୁଜିକ୍‌,ଭେନସ୍‌,ଟିପ୍‌ସ ମ୍ୟୁଜିକ୍‌ ଭଳି ଆଗଧାଡ଼ିର ମ୍ୟୁଜିକ୍‌ କଂପାନିମାନେ ପାକିସ୍ତାନୀ ଗାୟକମାନଙ୍କୁ ନେଇ କୌଣସି ଗୀତ ପ୍ରସ୍ତୁତ ନ କରିବା ଉଚିତ ବୋଲି କହିଛନ୍ତି ରାଜ୍‌ ଠାକ୍‌ରେ।

ନିକଟରେ ଭୂଷଣ କମାରଙ୍କ ଟି-ସିରିଜ୍‌ ପାକିସ୍ତାନୀ ଗାୟକ ରାହତ ଫତେ ଅଲ୍ଲୀ ଖାନ୍‌ ଓ ଆତିଫ୍‌ ଅସଲମ୍‌ଙ୍କ କଣ୍ଠରେ ଦୁଇ ଗୀତ ପ୍ରସ୍ତୁତ କରିଛି। ଏହି ଗୀତକୁ କଂପାନିର ୟୁ ଟ୍ୟୁବ୍‌ ଚାନେଲରୁ ବାଦ୍‌ ଦେବା ଲାଗି ଏମ୍‌.ଏମ୍‌.ଏସ ଚିତ୍ରପଟ ସେନା ମୁଖ୍ୟ ଅମିୟ ଖୋପକର୍‌ ଦାବି କରିଥିଲେ। ରାଜ ଠାକ୍‌ରେଙ୍କ ଚେତାବନୀ ପରେ ଟି-ସିରିଜ୍‌ ପାକିସ୍ତାନୀ କଣ୍ଠଶିଳ୍ପୀଙ୍କ ଗୀତକୁ ୟୁଟ୍ୟୁବ୍‌ରୁ ପ୍ରତ୍ୟାହାର କରି ନେଇଥିବା ଜଣାଯାଇଛି।
୨୦୧୬ରେ ଉରି ଆକ୍ରମଣ ପରେ ରାଜ୍‌ ଠାକ୍‌ରେଙ୍କ ମହାରାଷ୍ଟ୍ର ନବ ନିର୍ମାଣ ସେନା ପକ୍ଷରୁ ଏଭଳି ସମସ୍ତ ପାକିସ୍ତାନୀ କଳାକାରମାନଙ୍କୁ ଭାରତ ଛାଡ଼ିବା ଲାଗି ୪୮ ଘଣ୍ଟାର ସମୟ ଦିଆଯାଇଥିଲା।

ସମ୍ବନ୍ଧିତ ଖବର