ପୁଣେ : ଆଜିକାଲି ଲୋକମାନେ ଅନ୍ୟକୁ ଠକିବାରେ ବିଶ୍ୱାସ କରିବା ସହ ଜିନିଷ ଚୋରି କରୁଥିବା ଦେଖା ଯାଉଛି । କିଛି ଲୋକ ଦେଶରେ ଲୋକମାନଙ୍କ ପାଖରେ ସଚ୍ଚୋଟ ପଣିଆ ଏବଂ ମାନବିକତା ନ ଥିବା କହୁଥିବା ବେଳେ ପୁଣେର ଜଣେ ଆଟୋ ଚାଳକ ଯାହା କରିଛନ୍ତି,ତାହା ସେ ସବୁ କଥାକୁ ଭୁଲ ପ୍ରମାଣିତ କରିଛି ।
/sambad/media/post_attachments/wp-content/uploads/2018/12/images-1-22.jpg)
ସୂଚନା ମୁତାବକ, ପୁଣେର ଅଟୋଚାଳକ ଅବିନାଶ ଭୋକାରେ ଡ଼ିସେମ୍ବର ୧୪ରେ ନିଜ ଅଟୋରେ ଜଣେ ଯାତ୍ରୀଙ୍କୁ ତାଙ୍କ ଗନ୍ତବ୍ୟସ୍ଥଳରେ ଛାଡ଼ିବା ପରେ ଅଟୋରେ ଏକ ବ୍ୟାଗ୍ ରହି ଯାଇଥିବା ଦେଖିଥିଲେ । ତୁରନ୍ତ ଅଟୋରୁ ବାହାରି ସେ ଯାତ୍ରୀଙ୍କୁ ଖୋଜିବା ଆରମ୍ଭ କରିଥିଲେ ମଧ୍ୟ ପାଇ ନ ଥିଲେ । ପରେ ସେ ବ୍ୟାଗ୍କୁ ନେଇ ପୁଲିସକୁ ଦେଇଥିଲେ । ପୁଲିସ ବ୍ୟାଗ୍ ଖୋଲିବା ପରେ ସେଥିରେ ୪ଲକ୍ଷ ଟଙ୍କାର ଚେକ୍ ଏବଂ ଏକ ଡ଼ାଏରି ଥିବା ଦେଖିଥିଲା । ଡ଼ାଏରି ଜଣେ ଯୁବକ ମିଳିନ୍ଦ ପଟେଲଙ୍କ ନାଁରେ ଏକ ନମ୍ବର ଥିବା ଦେଖି ପୁଲିସ ସଂପର୍କ କରିବା ପରେ ମିଲିନ୍ଦ ବ୍ୟାଗ୍ଟି ତାଙ୍କ ସାଙ୍ଗ ଯୁବରାଜଙ୍କର ବୋଲି କହିଥିଲେ । ପରେ ପୁଲିସ ଯୁବରାଜଙ୍କ ସହ ସଂପର୍କ କରି ତାଙ୍କୁ ବ୍ୟାଗ୍ ଫେରାଇଥିଲେ । ବ୍ୟାଗ୍ ଫେରି ପାଇ ଯୁବରାଜ ଖୁସି ହେବା ସହ ଅଭିନାଶଙ୍କୁ ଧନ୍ୟବାଦ୍ ଜଣାଇଥିଲେ।