ନୂଆଦିଲ୍ଲୀ : ଗାଡ଼ି ପାର୍କିଂକୁ ନେଇ ଗଣ୍ଡଗୋଳ ଘଟି ପୁନେର ଜଣେ ଆଇଟି ଇଞ୍ଜିନିୟରଙ୍କୁ ପିଟିପିଟି ମାରିଦେବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁନେର କୋଣ୍ଢଓ୍ଵାରେ ରହୁଥିବା ସଫ୍ଟେଓ୍ଵୟାର ଇଞ୍ଜିନିୟର ନେଭିଲ୍ଲେ ବାଟିଓ୍ଵାଲା (୩୯) ତାଙ୍କ ବାସଭବନ ସାମ୍ନାରେ ଗାଡ଼ି ପାର୍କିଂ କରିବାକୁ କେନ୍ଦ୍ର କରି ୩ ଜଣଙ୍କ ସହ ବଚସାରୁ କଥା ହାତାହାତି ଯାଏ ଯାଇଥିଲା। ପରେ ଅଭିଯୁକ୍ତମାନେ ନେଭିଲ୍ଲେଙ୍କୁ ଲୁହା ଛଡ଼ରେ ପିଟିପିଟି ମାରିଦେଇଥିଲେ। ପୁଲିସ ତିନି ଅଭିଯୁକ୍ତ ଶ୍ରୀଗଣେଶ ରସ୍କର (୩୧), ଯୋଗେଶ କାଡ୍େଓ୍ଵ (୨୨) ଏବଂ ବିକ୍ରମ୍ ଭୋମ୍ବେ (୩୧)କୁ ଗିରଫ କରିଛି।
ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ରସ୍କର ଏକ ପରିବହନ ବ୍ୟବସାୟ ପରିଚାଳନା କରୁଥିଲା ବେଳେ ତା’ ଡ୍ରାଇଭର ଅଧିକାଂଶ ସମୟ ନେଭିଲ୍ଲେଙ୍କ ବଙ୍ଗଳା ସାମ୍ନାରେ ଗାଡ଼ି ରଖିିଥାଏ। ତେବେ ନେଭିଲ୍ଲେ ଏହାକୁ ଅନେକ ଥର ବିରୋଧ କରିଛନ୍ତି। ଗତ ଶୁକ୍ରବାର ରାତିରେ ଏହି ପାର୍କିଂ ଘଟଣାକୁ ନେଇ ନେଭିଲ୍ଲେଙ୍କର ପୁଣି ରସ୍କର ସହ ଝଗଡ଼ା ହୋଇଥିଲା। ଫଳରେ ରସ୍କର ଏବଂ ଅନ୍ୟ ଦୁଇ ଅଭିଯୁକ୍ତ ନେଭିଲ୍ଲେଙ୍କୁ ଲୁହା ଛଡ଼ରେ ନିସ୍ତୁକ ପିଟିଥିଲେ। ଆହତ ନେଭିଲ୍ଲେଙ୍କୁ ହସ୍ପିଟାଲ୍ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଦୁଇବର୍ଷ ହେଲା ନେଭିଲ୍ଲେ ପୁନେ ଆସି ଏକ ସଫ୍ଟେଓ୍ଵୟାର କମ୍ପାନିରେ କାର୍ଯ୍ୟରତ ଥିଲେ।
ପୁନେରେ ଗାଡ଼ି ପାର୍କିଂରୁ ଗଣ୍ଡଗୋଳ :ଆଇଟି ଇଞ୍ଜିନିୟରଙ୍କୁ ପିଟିପିଟି ହତ୍ୟା
/sambad/media/post_attachments/wp-content/uploads/2018/01/batiwala-bonglow.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)