ପୁନେ କମ୍ପାନି ଆଣିବ ହଜାରେ ଟଙ୍କିଆ ଟିକା, ଅକ୍ଟୋବର ବେଳକୁ ମିଳିଯିବ ୨ରୁ ୪ କୋଟି ଡୋଜ୍

ମୁମ୍ବାଇ: କୋଭିଡ୍–୧୯ ସହ ଲଢେ଼ଇ ଜାରି ରଖିଥିବା ଯୋଦ୍ଧାମାନଙ୍କ ପାଇଁ ଖୁସି ଖବର ଆଣିଛି ପୁନେର ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌। କରୋନାର ପ୍ରତିଷେଧକ ପାଇଁ ମାତ୍ର ହଜାରେ ଟଙ୍କା ଭିତରେ ଏକ ଶସ୍ତା ଟିକା ଉକ୍ତ କମ୍ପାନି ବଜାରକୁ ଛାଡି଼ବ ବୋଲି କହିଛିା ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷକମାନେ ଗତ ୨୩ ତାରିଖରୁ ବିଶ୍ବରେ ପ୍ରଥମ ଥର ପାଇଁ ନୈଦାନିକ ପରୀକ୍ଷଣ ଆରମ୍ଭ କରିଥିବା ଏକ କୋଭିଡ୍–୧୯ ଟିକାର ପ୍ରସ୍ତୁତି ସକାଶେ ଏହି ଆନ୍ତର୍ଜାତିକ ସଂସ୍ଥା ସିରମ୍ ଏପରି ଅଣ୍ଟା ଭିଡି଼ଛିା ଆଗରୁ ନିମୋନିଆ ଓ ଡେଙ୍ଗୁ ପାଇଁ ଟିକା ପ୍ରସ୍ତୁତ କରିୁଥିବା ଏହି କମ୍ପାନି ପରିସ୍ଥିତିର ଗମ୍ଭୀରତା ଅନୁଭବ କରି ବିପୁଳ କ୍ଷତି ସହି ପଛେ କୋଭିଡ୍–୧୯ ଟିକା ପ୍ତସ୍ତୁତ କରିବ ବୋଲି ଏହାର ସିଇଓ ତଥା ପୃଷ୍ଠପୋଷକ ଆଦର ପୁନାୱାଲା କହିଛନ୍ତିା

ଏପରିକି ଆସନ୍ତା ମେ ମାସରୁ ଭାରତରେ ଶହେ ସଂଖ୍ୟକ ରୋଗୀଙ୍କ ଠାରେ ଏହି ନୂତନ ଟିକାର ନୈଦାନିକ ପରୀକ୍ଷଣ ଆରମ୍ଭ କରାଯିବା ସହ ସବୁକିଛି ଠିକ୍ ରହିଲେ ଆଗାମୀ ସେପ୍ଟେମ୍ବର କି ଅକ୍ଟୋବର ସୁଦ୍ଧା ଦୁଇରୁ ଚାରିକୋଟି ସଂଖ୍ୟକ ମାତ୍ରା(ଡୋଜ୍) ପ୍ରସ୍ତୁତ କରାଯିବା ତେବେ ଆନ୍ତର୍ଜାତିକ ବଜାର ତୁଳନାରେ ଏହି ଟିକାର ମୂଲ୍ୟ ଭାରତରେ ଖୁବ୍ କମ୍ ଏପରିକି ୟୁକେ ପରି ଦେଶ ତୁଳନାରେ ଏକ ଦଶମାଂଶ ରହିବ ବୋଲି ପୁନାୱାଲା ଆଶା ରଖିଛନ୍ତିା ପୁଣେ ସ୍ଥିତ କମ୍ପାନିର ନିଜସ୍ବ କାରଖାନାରେ ଅନ୍ୟାନ୍ୟ ଟିକାର ପ୍ରସ୍ତୁତି ବନ୍ଦ ରଖି କେବଳ କୋଭିଡ୍–୧୯ ପ୍ରସ୍ତୁତିରେ ମନୋନିବେଶ କରାଯିବ ବୋଲି ସେ କହିଛନ୍ତିା

ସମ୍ବନ୍ଧିତ ଖବର