ନୂଆଦିଲ୍ଲୀ: ପୁଣେରେ ଦିବାଲୋକରେ ହୋଇଥିବା ଏକ ଡକାୟତିରେ ଜଣେ ବୃଦ୍ଧ ଦମ୍ପତି ନିଜର ୫ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ହରାଇଛନ୍ତି। ନିକଟସ୍ଥ ସିସିଟିଭିରେ କଏଦ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଗୁରୁବାର ଅପରାହ୍ନରେ ଦୁଇ ଚକିଆ ଯାନରେ ଏକ ଦମ୍ପତି ବ୍ୟାଙ୍କରୁ ଫେରୁଥିବା ସମୟରେ ଏକ ଦୋକାନରେ ବଡ଼ାପାଓ ଖାଇବା ପାଇଁ ରହିଥିଲେ। ବ୍ୟକ୍ତି ଜଣକ ନିଜ ସ୍କୁଟିକୁ ରାସ୍ତା କଡ଼ରେ ପାର୍କିଂ କରି ଦୋକାନ ଆଡ଼କୁ ଯାଉଥିବା ବେଳେ ତାଙ୍କ ପତ୍ନୀ ସ୍କୁଟି ପାଖରେ ଛିଡ଼ା ହୋଇ ଅଳଙ୍କାର ଥିବା ବ୍ୟାଗକୁ ଜଗିଥିଲେ। 

Advertisment

କିଛି ସେକେଣ୍ଡ ପରେ ବାଇକ୍‌ରେ ଆସୁଥିବା ଥିବା ଜଣେ ବ୍ୟକ୍ତି  ଫେସ୍ ମାସ୍କ ପିନ୍ଧିବା ସହିତ ସ୍କୁଟର ନିକଟରେ ଅଟକି ଯାଇ ମହିଳାଙ୍କୁ ରାସ୍ତାରେ କିଛି ଖସି ଯାଇଥିବାର କହିଥିଲେ। ତାଙ୍କ କଥା ଶୁଣି ମହିଳା ଜଣକ ତଳକୁ ଚାହିଁ ଖେଳିବାକୁ ଚେଷ୍ଟା କରିବା ବେଳେ ଧଳା ସାର୍ଟ ପିନ୍ଧି ଚାଲି ଚାଲି ଆସୁଥିବା ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ବ୍ୟାଗ୍‌ ଧରି ଦୌଡ଼ି ପଳାଇ ଯାଇଥିଲେ।

ତା’ପରେ ମହିଳା ଜଣଙ୍କ ପରେ ପୁରୁଷଙ୍କ ପଛରେ ‌ଦୌଡ଼ି ସାହାଯ୍ୟ ପାଇଁ ଚିତ୍କାର କରୁଥିବା ଦେଖାଯାଏ। ମହିଳାଙ୍କ ଚିତ୍କାର ଶୁଣି ଅନେକ ଲୋକ ସେଠାରେ ରୁଣ୍ଡ ହୋଇ ଯାଇଥିଲେ। ମହିଳାଙ୍କ ସ୍ବାମୀ ମଧ୍ୟ ବଡ଼ା ପାୱ ଦୋକାନରୁ ବାହାରି ସ୍କୁଟି ପାଖରେ ପହଞ୍ଚି ଯାଇଥିଲେ।