ପୁଣେ: ପୁଣେର ପୋର୍ସେ କାର୍‌ ଦୁର୍ଘଟଣାରେ ନାବାଳକ ଚାଳକଙ୍କୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ଲୋକେ ଲାଗି ପଡ଼ିଥିଲେ। ଯାହା ଏବେ ଧୀରେ ଧୀରେ ଜାଣିବାକୁ ମିଳୁଛି। ୧୭ ବର୍ଷୀୟ ନାବାଳକ ପୋର୍ସେ କାର୍‌ ଦୁର୍ଘଟଣା ଘଟାଇ ୨ ଜଣ ଆଇଟି ବ୍ୟକ୍ତିତ୍ବଙ୍କ ମୃତ୍ୟୁର କାରଣ ବନିଥିବା ବେଳେ ଏହା ଏବେ ଜାତୀୟ ଚର୍ଚ୍ଚା ପାଲଟିଛି।

Advertisment

ଏବେ ଜଣାପଡ଼ିଛି ଯେ ନାବାଳକ ଅଭିଯୁକ୍ତ ମଦ୍ୟପାନ କରି ଗାଡ଼ି ଚଳାଉଥିବା କଥାକୁ ଲୁଚାଇବା ପାଇଁ ତାଙ୍କ ମାଆ ରକ୍ତ ଦେଇଥିଲେ। ପ୍ରଥମେ ନାବାଳକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଯେଉଁ ରିପୋର୍ଟ ଆସିଥିଲା ସେଥିରେ ସେ ମଦ୍ୟପାନ କରିନଥିଲେ ବୋଲି ଉଲ୍ଲେଖ ଥିଲା। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଅଧିକ ତଦନ୍ତ କରାଯିବାରୁ ଜଣାପଡ଼ିଲା ଯେ ତାଙ୍କ ରକ୍ତ ନମୁନାକୁ ୨ ଜଣ ଡାକ୍ତର ଲାଞ୍ଚ ଖାଇ ବଦଳାଇ ଦେଇଥିଲେ।

ଏବେ ତାହାକୁ ନେଇ ଏକ ନୂତନ ତଥ୍ୟ ହସ୍ତଗତ ହୋଇଛି। ଜାଣିବାକୁ ମିଳିଛି ଯେ ନାବାଳକଙ୍କ ରକ୍ତ ନମୁନାକୁ ତାଙ୍କ ମାଆଙ୍କ ରକ୍ତ ନମୁନା ସହ ବଦଳା ଦିଆଯାଇଥିଲା। ନାବାଳକଙ୍କ ରକ୍ତ ନମୁନାକୁ ସଂ‌ଗ୍ରହ ପରେ ଅଳିଆରେ ଫିଙ୍ଗା ଯାଇଥିଲା।

ପୁଲିସ୍‌ ସୂତ୍ରରୁ ଜଣାପଡ଼ିିଛି ‌ଯେ ଡକ୍ଟର ତାୱଡେଙ୍କ ନିର୍ଦ୍ଦେଶକ୍ରମେ ଡକ୍ଟର ହଲ୍‌ନୋର୍‌ ନାବାଳକଙ୍କ ଶରୀରରୁ ରକ୍ତ ନମୁନା ସଂଗ୍ରହ କରିଥିଲେ। ଏହା ପୂର୍ବରୁ ସେସନ୍ ଜେନେରାଲ୍ ହସ୍ପିଟାଲର ଡିନ୍ ବିନାୟକ ଦାବି କରିଛନ୍ତି ଯେ ପୋର୍ସେ କାର ଦୁର୍ଘଟଣାରେ ସମ୍ପୃକ୍ତ ୧୭ ବର୍ଷର ନାବାଳକର ରକ୍ତ ନମୁନା ବଦଳାଇଥିବା ଡାକ୍ତର ଅଜୟ ତାୱଡେ ରାଜ୍ୟ ଚିକିତ୍ସା ଶିକ୍ଷା ଅନୁମୋଦନ ପରେ ଅଧୀକ୍ଷକ ଭାବରେ ନିଯୁକ୍ତ ହୋଇଥିଲେ। ସେ କିଡନୀ ପ୍ରତିରୋପଣ ଏବଂ ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ଥିବା ସତ୍ତ୍ବେ ଫରେନ୍ସିକ୍‌ ମେଡିକାଲ୍ ବିଭାଗର ମୁଖ୍ୟ ଭାବରେ ତାୱେରଙ୍କୁ ନିଯୁକ୍ତ କରାଯାଇଥିଲା