“କୋଭିଡ୍-୧୯ ପରୀକ୍ଷା କିଟ୍’ ତିଆରି ପାଇଁ ଅନୁମତି ପାଇଲା ପୁଣେର କମ୍ପାନି

ନୂଆଦିଲ୍ଲୀ: “କୋଭିଡ୍-୧୯ ପରୀକ୍ଷା କିଟ୍’ ତିଆରି କରିବାକୁ “ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍’ ଠାରୁ ଅନୁମୋଦନ ପାଇଥିବା କଥା ପୁଣେର ଏକ କମ୍ପାନି କହିଛି ।

ଏ କଥା ସୋମବାର ଦିନ କହିଛନ୍ତି ମଲିକ୍ୟୁଲାର୍ ଡାଇଗ୍ନୋଷ୍ଟିକ୍ କମ୍ପାନି “ମାଇଁଲ୍ୟାବ୍ ଡିସ୍କଭରି ସଲ୍ୟୁସନ୍ସ୍’ର ପରିଚାଳନା ନିର୍ଦେଶକ ହସମୁଖ ରାୱଲ ।
ଏବେ ଖରିଦ ହେଉଥିବା କିଟ୍ ମୂଲ୍ୟର ଏକ ଚତୁର୍ଥାଂଶ କମ୍ ଦରରେ ଏହି କିଟ୍ ମିଳିବ ବୋଲି କମ୍ପାନି କହିଛି ।

Image Source: The Economic Times

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ “କୋଭିଡ୍-୧୯’ ପରୀକ୍ଷା କରିବାକୁ ସମଗ୍ର ଦେଶର ୧୬ଟି ଘରୋଇ ଲାବ୍ରୋଟରିକୁ “ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ’ (ଆଇସିଏମ୍ଆର୍) ଅନୁମତି ଦେଇଛି । ଏହି ସବୁ ଲାବ୍ରୋଟରିଗୁଡ଼ିକର ସମଗ୍ର ଦେଶରେ ୧୫୦୦ ଚେନ୍ ଲାବ୍ରୋଟରି ରହିଥିବା କଥା “ଆଇସିଏମ୍ଆର୍’ର ମହାନିର୍ଦେଶକ ଡକ୍ଟର ବଳରାମ ଭାର୍ଗବ ସୋମବାର ଦିନ କହିଛନ୍ତି ।

ଏହା ସହ ଘରୋଇ ଲାବ୍ରୋଟରିଗୁଡ଼ିକ ନିମନ୍ତେ “ଆଇସିଏମ୍ଆର୍’ କେତେକ ନିମୟାବଳୀ ଓ ପରୀକ୍ଷା ନିମନ୍ତେ ମୂଲ୍ୟ ମଧ୍ୟ ନିର୍ଦ୍ଧାରଣ କରିଛି । ସ୍ୱାବ୍ ନମୁନା ପରୀକ୍ଷା ନିମନ୍ତେ ଘରୋଇ ଲାବ୍ରୋଟରିମାନେ ସର୍ବାଧିକ ଟ. ୪, ୫୦୦/- ଟଙ୍କା ନେବେ ।

ସମ୍ବନ୍ଧିତ ଖବର