ପୁଣେ ଡାକ୍ତରଖାନାରେ ଶଯ୍ୟାର ଅଭାବ, ପ୍ରତୀକ୍ଷା ସ୍ଥଳରେ କରୋନା ରୋଗୀଙ୍କୁ ଦିଆଯାଉଛି ଅମ୍ଲଜାନ ସହାୟତା

ପୁଣେ: ‌‌ମହାରାଷ୍ଟ୍ରରେ ‌ଏବେ କରୋନା ସ୍ଥିତି ଉଦବେଗଜନକ ହୋଇପଡ଼ିଥିବା ବେଳେ ପୁଣେର ଏକ ଡାକ୍ତରଖାନାରେ ଶଯ୍ୟାର ଅଭାବ ଦେଖା ଦେଇଥିବା ଜଣାପଡ଼ିଛି। ହଠାତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଡାକ୍ତରଖାନାରେ କରୋନା ରୋଗୀଙ୍କୁ ଶଯ୍ୟା ମିଳୁନାହିଁ। ଏହା ସହ ପ୍ରତୀକ୍ଷା ସ୍ଥଳରେ କରୋନା ରୋଗୀଙ୍କୁ ଅମ୍ଲଜାନ ଦିଆଯାଉଥିବା ଜଣାପଡ଼ିଛି।

ପୁଣେର ଯଶୋବନ୍ତରାଓ ଚଭନ ମେମୋରିଆଲ ହସ୍ପିଟାଲରେ ମୋଟ ୪୦୦ଶଯ୍ୟା ରହିଛି, ଯେଉଁଥିରେ ୫୫ଟି ଆଇସିୟୁ ରହିଛି। ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏବେ ଡାକ୍ତରଖାନାରେ ଗୋଟେ ବି ଶଯ୍ୟା ଖାଲି ନାହିଁ। ଶଯ୍ୟା ଖାଲି ନଥିବାରୁ ଯେଉଁ ରୋଗୀ ନିଶ୍ବାସ ନେବାରେ ଅସୁବିଧା ଅନୁଭବ କରୁଥିବା ସମସ୍ୟା ନେଇ ଆସୁଛନ୍ତି, ସେମାନଙ୍କୁ ଅମ୍ଲଜାନ ସହାୟତା ଦିଆଯାଇ ପ୍ରତୀକ୍ଷା ସ୍ଥଳରେ ରଖାଯାଉଛି। ଏହା ପରେ ଶଯ୍ୟା ଖାଲି ହେବା ପରେ ସେମାନଙ୍କୁ ସ୍ଥାନାନ୍ତର କରାଯାଉଛି ବୋଲି ୱାଇସିଏମ ହସ୍ପିଟାଲର ସହକାରୀ ପ୍ରଫେସର ଡାକ୍ତର କଷ୍ଟୁବ୍ କାହାନେ କହିଛନ୍ତି।

Pune COVID-19: Pune Hospital Runs Out Of Beds, Patients Given Oxygen In Waiting Area
NDTV.com

ଯେତେବେଳେ ଜଣେ ରୋଗୀ ଆସେ, ରୋଗର ଗମ୍ଭୀରତା ଦେଖି ଆମେ ତାକୁ ଭର୍ତ୍ତି କରିଥାଉ। ଯଦି ଜଣେ ରୋଗୀ ଅମ୍ଳଜାନ ସହାୟତା ଆବଶ୍ୟକ କରୁଥିବା ଜଣାପଡ଼େ ଏବଂ ସେ ସମୟରେ କୌଣସି ଶଯ୍ୟା ଉପଲବ୍ଧ ନଥାଏ, ତେବେ ଆମେ ତୁରନ୍ତ ଅମ୍ଳଜାନ ସହାୟତାରେ ସେମାନଙ୍କୁ ରଖିଥାଉ ବୋଲି କହିଛନ୍ତି କଷ୍ଟୁବ୍ କାହାନେ।

ସମ୍ବନ୍ଧିତ ଖବର