ପୁଣେରେ ପ୍ରବଳ ବର୍ଷା, ମୃତ୍ୟୁ ସଂଖ୍ୟା ୧୭ ଟପିଲା 

ପୁଣେ : ଓଡ଼ିଶା ସମେତ ଦେଶରେ କେତେକ ରାଜ୍ୟରେ ଏବେ ପ୍ରବଳ ବର୍ଷା ଲାଗି ରହିଛି । ତେବେ ମହାରାଷ୍ଟ୍ରରେ ହେଉଥିବା  ଲଗାଣ ବର୍ଷା ଏଥର ସବୁ ରେକର୍ଡ ଭାଙ୍ଗିଛି । ପ୍ରବଳ ବର୍ଷା ଯୋଗୁଁ ପୁଣେ ସହର ଜଳମଗ୍ନ ହୋଇଛି । ପ୍ରବଳ ବର୍ଷା ଜନିତ ବନ୍ୟା ଓ କାନ୍ଥ ଭୁଷୁଡିବା ଯୋଗୁଁ ପ୍ରାୟ ୧୭ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।  ଏହି ବର୍ଷା ଯୋଗୁଁ ପ୍ରାୟ ୧୬ ହଜାର ଲୋକଙ୍କୁ  ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସରକାର ସ୍କୁଲ କଲେଜକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସହରର ଶଙ୍କରନଗର, ପାର୍ବତୀ,ଦାଣ୍ଡେକର ବ୍ରିଜ, ସିଂହଗାଦ ରୋଡ ଆଦି ଜଳମଗ୍ନ ହୋଇଛି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଲୋକମାନଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାରକୁ ସହାୟତା ଦିଆଯିବ ବୋଲି କହିଛନ୍ତି । ଏହା ସହିତ ପୁଣେ ଓ ଅନ୍ୟ ଅଂଚଳରେ ରିଲିଫ ଓ ସହାୟତା କାର୍ଯ୍ୟ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର