ପୁଣେ: ଏକ ନିର୍ଦ୍ଦିଷ୍ଟ ରଙ୍ଗର ଅନ୍ତର୍ବାସ ପିନ୍ଧିବା ପାଇଁ ଛାତ୍ରୀମାନଙ୍କୁ ଆଦେଶ ଦେଇଥିବା କାରଣରୁ ବୁଧବାର ଦିନ ପୁଣେସ୍ଥିତ ‘ମାୟର୍ସ ଏମ୍ଆଇଟି ସ୍କୁଲ୍’ ବିରୋଧରେ ଅଭିଭାବକ ଓ ପିଲାମାନେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।
ଝିଅମାନେ କେତେ ଲମ୍ବର ସ୍କର୍ଟ ପିନ୍ଧିବେ ସେ କଥା ମଧ୍ୟ ସ୍କୁଲ୍ କର୍ତ୍ତୃପକ୍ଷ ନିର୍ଦ୍ଧାରଣ କରିଛନ୍ତି।
ଏହା ବ୍ୟତିରେକେ, ନିର୍ଦ୍ଧାରିତ ସମୟ ଛଡ଼ା ଅନ୍ୟ ସମୟରେ ଓ୍ଵାସ୍ରୁମ୍ ବ୍ୟବହାର କରିବାକୁ ପିଲାମାନଙ୍କୁ ବାରଣ କରିଛନ୍ତି ସ୍କୁଲ୍ କର୍ତ୍ତୃପକ୍ଷ।
ଜଣେ ଅଭିଭାବକ କହନ୍ତି: ଧଳା କିଂବା ଚର୍ମ ବର୍ଣ୍ଣର ଅନ୍ତର୍ବାସ ପିନ୍ଧି ଆସିବାକୁ ଝିଅମାନଙ୍କୁ କୁହାଯାଇଛି। କେତେ ଲମ୍ବର ସ୍କର୍ଟ ପିନ୍ଧିବେ ସେ କଥା ମଧ୍ୟ ସ୍କୁଲ୍ କର୍ତ୍ତୃପକ୍ଷ ନିର୍ଦ୍ଧାରଣ କରିଛନ୍ତି। ସ୍କୁଲ୍ ଡାଏରିରେ ଏ ସବୁ ଲେଖାଇ ଦସ୍ତଖତ କରିବାକୁ ଆମକୁ କୁହାଯାଇଛି।
କଥା ନ ମାଲିଲେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ମଧ୍ୟ ସ୍କୁଲ୍ କର୍ତ୍ତୃପକ୍ଷ ଉଲ୍ଲେଖ କରିଛନ୍ତି।
ଏମ୍ଆଇଟି ଗ୍ରୁପ୍ର କାର୍ଯ୍ୟନିର୍ବାହୀ ନିର୍ଦେଶକ ସୁଚିତ୍ରା କରାଡ଼ ନାଗରେ କହିନ୍ତି: ଏ ଭଳି ପଦକ୍ଷେପ ନେବାର ଉଦ୍ଦେଶ୍ୟ ‘ସୁସ୍ପଷ୍ଟ’। ପିତାମାତା ଓ ପିଲାଙ୍କୁ ଅଡୁଆରେ ପକାଇବାକୁ ନୁହେଁ।
ତାଙ୍କ ଭାଷାରେ: ସ୍କୁଲ୍ ଡଏରିରେ ଏ ଭଳି ନିର୍ଦ୍ଧାରିତ ନିର୍ଦେଶାବଳୀ ଦେବା ଉଦ୍ଦେଶ୍ୟ ସୁସ୍ପଷ୍ଟ। ଅତୀର କେତେକ ଅଭିଜ୍ଞତା ଯେଗୁଁ ଆମେ ଏ ଭଳି ନିଷ୍ପତ୍ତି ନେଇଛୁ। ଏ ପଛରେ କୌଣସି ଗୋପନ ରହସ୍ୟ ନାହିଁ।