ବଢ଼ୁଛି ସଂକ୍ରମଣ: ପୁଣେରେ ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଗଲା ସମସ୍ତ ସ୍କୁଲ-କଲେଜ

ପୁଣେ: ମହାରାଷ୍ଟ୍ରର ପୁଣେ ସହରରେ କରୋନାର ବଢୁଥିବା ସଂକ୍ରମଣକୁ ଦେଖି ପୁଣି କଡ଼ାକଡ଼ି ଲାଗୁ ହେଲା ନିୟମ । ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର । ଏନେଇ ଆଜି ପୁଣେର ମେୟର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିସହ ରାତି ୧୧ଟାରୁ ସକାଳ ୬ଟା ଯାଏଁ ସେଠାରେ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ ବୋଲି ସୂଚନା  ଦିଆଯାଇଛି।

Pune Covid-19 News: Pune schools, colleges to remain shut till March 14, night curfew extended
NDTV.com

ଗତ କିଛି ଦିନ ଧରି ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ବଢିବାରେ ଲାଗିଛି । ବିଶେଷକରି କିଛି ଅଞ୍ଚଳରେ ସଂକ୍ରମଣ ହଠାତ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏହାକୁ ଆଖି ଆଗରେ ରଖି ମହାରାଷ୍ଟ୍ରର କିଛି ଅଞ୍ଚଳରେ ନିୟମ କଡ଼ାକଡ଼ି କରାଯାଇଛି । ଅନ୍ୟପଟେ ପୁଣେ ମେୟର ମଧ୍ୟ ସହରରେ ସ୍କୁଲ, କଲେଜ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ସହରରେ ଏବେ କୋଭିଡ୍ ନିୟମ କଡ଼ାକଡ଼ି କରାଯିବା ସହିତ ଲୋକଙ୍କ ଗତିବିଧି ଉପରେ ନଜର ରଖାଯିବ ବୋଲି କୁହାଯାଇଛି । ଏହାପୂର୍ବରୁ ମଧ୍ୟ ଫେବ୍ରୁଆରି ୨୮ ତାରିଖ ଯାଏଁ ସେଠାରେ କଟକଣା ବଳବତ୍ତର ରହିଥିଲା । ସେତେବେଳେ ସେଠାରେ ବହୁ ଦିନ ପରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଥିଲା । ଏବେ ସଂକ୍ରମଣ ବଢୁଥିବା ଦେଖ ଏହି କଟକଣାକୁ ମାର୍ଚ୍ଚ ୧୪ ଯାଏଁ ବୃଦ୍ଧି କରାଯାଇଛି ।

ସମ୍ବନ୍ଧିତ ଖବର