ପୁଣେ: ପୁଣେ ପୋର୍ସେ କାର୍ ଦୁର୍ଘଟଣାରେ ସମ୍ପୃକ୍ତ ୧୭ ବର୍ଷର ବାଳକ ଦୁର୍ଘଟଣା ଘଟାଇବା ପୂର୍ବରୁ ମଦ୍ୟପାନ କରିଥିଲେ ଓ ସେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଏହି ଦୁର୍ଘଟଣା କରିଛନ୍ତି ବୋଲି ପୂର୍ବରୁ ଅଭିଯୋଗ ହୋଇଥିଲା। ମାତ୍ର ପୁଲିସ୍ ଏବେ ଏହି ଅଭିଯୋଗକୁ ଖଣ୍ଡନ କରିଛି। ପୁଲିସ୍ ତଦନ୍ତ କରିବା ପରେ ପ୍ରକାଶ କରିଛି ଯେ ଦୁର୍ଘଟଣା ଘଟାଇବା ବେଳେ ନାବାଳକ ଜଣକ ପୂରା ଜ୍ଞାତ ଅବସ୍ଥାରେ ଥିଲେ। ପୂର୍ବରୁ ପୋର୍ସେ କାର୍ର ଡ୍ରାଇଭର୍ ତାଙ୍କ ବୟାନ ଦେଇ କହିଥିଲେ ଯେ ନାବାଳକ ଜଣକ ମଦ୍ୟପାନ କରିଥିଲେ। ତା ସତ୍ତ୍ବେ ବି ତାଙ୍କ ବାପା କହିଥିଲେ କି ତାଙ୍କୁ ଗାଡ଼ି ଚଳାଇବାକୁ ଦିଅ।
ପୁଣେ ପୁଲିସ୍ ୧୭ ବର୍ଷୀୟ ନାବାଳକଙ୍କ ଡ୍ରାଇଭର୍ଙ୍କୁ ପୂର୍ବରୁ ଜେରା କରିସାରିଛି। ଡ୍ରାଇଭର ଥିବା ସତ୍ତ୍ବେ ସେ କାହିଁକି ଗାଡ଼ି ଚଳାଇଲେ ବୋଲି ପୁଲିସ୍ର ଉତ୍ତର ଦେଇ ଚାଳକ କହିଥିଲେ କି ‘‘ସେ ନିଜର ହୋସ୍ରେ ନଥିଲେ। ହେଲେ ବି ତାଙ୍କ ବାପା ମୋତେ କହିଲେ କି ତାକୁ ଗାଡ଼ି ଚଳାଇବାକୁ ଦିଅ।’’
ପୁଣେ ପୋର୍ସେ କାର୍ ଦୁର୍ଘଟଣାରେ ସମ୍ପୃକ୍ତ ୧୭ ବର୍ଷର ବାଳକକୁ ଜେଲ୍ ଭିତରେ ପିଜା ଓ ବିରିୟାନି ଦିଆଯାଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୁଣେ ପୁଲିସ୍ କମିସନ ଅମିତେଶ କୁମାର। ଅଭିଯୋଗ ହୋଇଥିଲା ଯେ ଜଣେ ରିଏଲ୍ ଇଷ୍ଟେଟ୍ ଡେଭଲ୍ପରଙ୍କ ପୁଅ ହୋଇଥିବାରୁ ତାଙ୍କୁ ପୁଲିସ୍ ଅଗ୍ରାଧିକାର ଦେବା ସହ ସ୍ବତନ୍ତ୍ର ଚିକିତ୍ସା ପ୍ରଦାନ କରିଥିଲା। ପୁଲିସ କମିସନର ଅମିତେଶ କୁମାର ଅସ୍ୱୀକାର କରିଛନ୍ତି।