ପୁଣେର ଯୁବକ ଇଂଲଣ୍ତରେ ମୃତ, ଶବକୁ ଚାହିଁ ବସିଛନ୍ତି ବାପ‌ାମା’

ପୁଣେ: ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଇଥିବା ପୁଣେର ଜଣେ ୨୩ ବର୍ଷୀୟ ଯୁବକଙ୍କର ଇଂଲଣ୍ତରେ ମୃତ୍ୟୁ ଘଟିଛିା ତେବେ ଏଠାରେ ଥିବା ଅସହାୟ ବାପମା’ କେବଳ ଲୁହ ଝରାଇ ସମୟକୁ ଅପେକ୍ଷା କରି ରହିଛନ୍ତି। ନା ସେମାନ ପୁଅର ମୃତ୍ୟୁର କାରଣ ଜାଣିପାରୁଛନ୍ତି ନା ପୁଅର ଶବ ଜନ୍ମମାଟିକୁ ଫେରାଇ ଆଣି ଶେଷକୃତ୍ୟ କରିପାରୁଛନ୍ତିା

ସୂଚନାନୁଯାୟୀ, ପୁଣେରେ ରହୁଥିବା ଶଙ୍କର ମୁର୍କୁମ୍ବିଙ୍କ ପୁଅ ସିଦ୍ଧାର୍ଥ ଇଂଲାଣ୍ତର ଲାଙ୍କାସାୟାର ବିଶ୍ବବିଦ୍ୟାଳୟରେ ମାକେର୍ଟିଂରେ ଉଚ୍ଚ ଶିକ୍ଷା ଲାଭ କରୁଥିଲେ। ଗତ ୧୫ ତାରିଖରୁ ସିଦ୍ଧାର୍ଥ କୁଆେଡ଼ ନିଖୋଜ ହୋଇଯାଇଥିବା ଖବର ବାପାମା’ଙ୍କ ପାଖରେ ପହ‌ଞ୍ଚିଥିଲାା ତେବେ ପରେ ତାଙ୍କ ମୃତଦେହକୁ ଇଂଲଣ୍ତ ପୁଲିସ ସ୍ଥାନୀୟ ରିବଲ୍ ନଦୀ କୂଳରୁ ଉଦ୍ଧାର କରିଥିବା ଜଣାପଡି଼ଥିଲା। ଶବକୁ ସେଠାର ରୟାଲ୍ ପ୍ରିଷ୍ଟନ୍ ହସ୍ପିଟାଲ‌େର ରଖାଯାଇଛିା ସିଦ୍ଧାର୍ଥଙ୍କ ଶବର କେହି ଦାବିଦାର ସେଠାରେ ପହ‌ଞ୍ଚିଲେ ଆବଶ୍ୟକ ପ‌ଞ୍ଚନାମା କରଯାଇ ଶବ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛିା ମାତ୍ର ଭାରତରେ କରୋନା ସଂକ୍ରମଣ ଯୋଗୁଁ ସମ୍ପୂର୍ଣ ଲକ୍‌ଡାଉନ ସ୍ଥିତି ଜାରି ରହିଥିବା ବେଳେ ବିଦେଶ ଗସ୍ତକୁ ବାରଣ କରାଯାଇଛିା ଏହି ପରିପ୍ରେକ୍ଷୀରେ ଅନୁରୂପ କାରଣ ପାଇଁ ଆଗାମୀ ସେପ୍ଟେମ୍ବର ଯାଏ ଇଂଲାଣ୍ତରେ କୌଣସି ପ୍ରକାର ଶବ ବ୍ୟବଚ୍ଛେଦ ମନା କରାଯାଇଛିା ଫଳରେ ଶଙ୍କର ନିଜ ପୁଅର ମୃତଦେହକୁ ଜନ୍ମମାଟିକୁ ଆଣି ଅନ୍ତିମ ସତ୍କାର କରିବା ଆଶା ମଳିନ ପଡ଼ିଯାଇଛି। ତେବେ ଏଥିପାଇଁ ଇଂଲଣ୍ତ ସରକାର କିଛି ବିକଳ୍ପ ବ୍ୟବସ୍ଥା ବାହାର କରିବାକୁ ଶଙ୍କର ନେହୁରା ହୋଇଛନ୍ତିା

ସମ୍ବନ୍ଧିତ ଖବର