ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ସ୍ୱାଧୀନତା ଦିବସ ଅବସରରେ ଦେଶକୁ ସମ୍ବୋଧିତ କରି ‘ଅପରେସନ ସିନ୍ଦୂର’କୁ ମନେ ପକାଇଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ କରାଯାଇଥିବା ‘ଅପରେସନ ସିନ୍ଦୂର’ ସମୟରେ ଭାରତୀୟ ସେନାର ସାହସ ଏବଂ ବଡ଼ ଧରଣର ଧ୍ୱଂସ ଦେଖି ପାକିସ୍ତାନର ନିଦ ଭାଙ୍ଗି ରହିଛି ବୋଲି ମୋଦୀ ଉଲ୍ଲେଖ କରିଛନ୍ତି।
ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ଆତଙ୍କବାଦୀ ଏବଂ ଆତଙ୍କବାଦକୁ ସମର୍ଥନ କରୁଥିବା ଲୋକଙ୍କ ମଧ୍ୟରେ ପାର୍ଥକ୍ୟ କରିବ ନାହିଁ। ଭିବଷ୍ୟତରେ ଯଦି ପଡ଼ୋଶୀ ରାଷ୍ଟ୍ର କୌଣସି ଦୁଃସାହସିକ କାର୍ଯ୍ୟ କରେ ତେବେ ଭାରତୀୟ ସଶସ୍ତ୍ର ବାହିନୀ ଦଣ୍ଡ ନିଷ୍ପତ୍ତି ନେବ।
"ଅପରେସନ ସିନ୍ଦୂର ସମୟରେ ଭାରତୀୟ ସଶସ୍ତ୍ର ବାହିନୀ ଯାହା କରିଛି ତାହା ବହୁ ବର୍ଷ ମଧ୍ୟରେ ଦେଖାଯାଇ ନଥିଲା। ସୀମାପାର ଆତଙ୍କବାଦ ସହିତ ମୁକାବିଲା କରିବାରେ ଆମେ ଏକ ନୂତନ ସ୍ୱାଭାବିକତା ସ୍ଥାପନ କରିଛୁ," ବୋଲି ସେ କହିଛନ୍ତି।
ପହଲଗାମ ଆକ୍ରମଣ ପଛରେ ଥିବା ଲୋକଙ୍କୁ ସେମାନଙ୍କ କଳ୍ପନା ବାହାରେ ଦଣ୍ଡ ଦେଇଥିବା ଆମର ସାହସୀ ସୈନିକମାନଙ୍କୁ ମୁଁ ସାଲ୍ୟୁଟ୍ କରୁଛି ବୋଲି ମଧ୍ୟ ମୋଦୀଙ୍କ ଅଭିଭାଷଣରେ ଶୁଣିବାକୁ ମିଳିଛି।
ମୋଦୀ ଆହୁରି ମଧ୍ୟ କହିଛନ୍ତି "ପାକିସ୍ତାନର ନିଦ ଏବେ ବି ଭାଙ୍ଗିଛି। ପାକିସ୍ତାନରେ ଆମର ସଶସ୍ତ୍ର ବାହିନୀ ଦ୍ୱାରା କରାଯାଇଥିବା ଧ୍ୱଂସ ଏତେ ବ୍ୟାପକ ଥିଲା ଯେ ପ୍ରତିଦିନ କିଛି ନା କିଛି ନୂଆ ପ୍ରକାଶ କରାଯାଉଛି। ମୁଁ ଆମର ସାହସୀ ସୈନିକମାନଙ୍କୁ ସାଲ୍ୟୁଟ୍ କରୁଛି ଯେଉଁମାନେ ସେମାନଙ୍କ କଳ୍ପନା ବାହାରେ ଆତଙ୍କବାଦୀମାନଙ୍କୁ ଦଣ୍ଡ ଦେଇଛନ୍ତି’’।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/15/new-project-45-2025-08-15-09-10-26.jpg)