କୁକୁରକୁ ଲୁହା ରଡରେ ବାଡେଇବାରୁ ଜେଲ ଗଲେ ଶ୍ରମିକ

ପାଟନା: ରାସ୍ତାରେ ଯାଉଥିବାବେଳେ କୁକୁରମାନଙ୍କ ପ୍ରତି ଆପଣ ହିଂସାତ୍ମକ ଆଚରଣ ଦେଖାଉଛନ୍ତି କି ? ଯଦି ହଁ ତେବେ ହିଂସାତ୍ମକ ଆଚରଣ ମହଙ୍ଗା ପଡିପାରେ | ଏଭଳି ଏକ ଘଟଣା ବିହାରର ପାଟନା ସହରରେ ଘଟିଛି, ଯେଉଁଠି ଜଣେ ଶ୍ରମିକଙ୍କ ଆକ୍ରମଣରେ କୁକୁରଟି ଗୁରୁତର ଆହତ ହୋଇପଡ଼ିଥିଲା | ଆଉ ଏହି ଘଟଣାକୁ ନେଇ ପଶୁପ୍ରେମୀ ଶ୍ରମିକଙ୍କ ନାମରେ ଅଭିଯୋଗ କରିବାରୁ ପୁଲିସ ତାଙ୍କୁ ଗିରଫ କରି ଜେଲକୁ ପଠାଇଛି | ମିଳିଥିବା ସୂଚନା ମୁତାବକ ପାଟନାର ଯୋଗିପୁର ଅଂଚଳରେ ସୂର୍ଯ୍ୟ ଦୟାଲ ସାହାଣୀ ନାମକ ବ୍ୟକ୍ତିଜଣକ ଯାଉଥିବାବେଳେ ଏକ କୁକୁର ତାଙ୍କୁ ଦେଖି ଭୁକିଥିଲା |

ଆଉ ସୂର୍ଯ୍ୟ ତାଙ୍କ ପାଖରେ ଥିବା ଲୁହା ରଡରେ କୁକୁରର ମୁଣ୍ଡକୁ ଏକ ଶକ୍ତ ପ୍ରହାର ଦେଇଥିଲେ | ଏଥିରେ କୁକୁରଟିର ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା | ଏହି ଘଟଣା ବାବଦରେ ଜଣାପଡିବା ପରେ ଆପନା ଫାଉଣ୍ଡେସନର ସଦସ୍ୟ ବର୍ଷା ରାଜ ପୁଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଥିଲେ | ଆଉ ଅଭିଯୋଗ ପରେ ଥାନା ଅଧିକାରୀ ମନୋରଂଜନ ଭାରତୀ ଏହାକୁ ଗୁରୁତର ସହ ନେଇ ଅଭିଯୁକ୍ତ ଶ୍ରମିକଙ୍କୁ ଖୋଜିବା ଆରମ୍ଭ କରିଥିଲେ।

ବହୁ ଅନୁସନ୍ଧାନ ପରେ ଅଭିଯୁକ୍ତ ଶ୍ରମିକଙ୍କୁ ଗିରଫ କରାଯାଇଥିଲା। ଆଉ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା | ତେବେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇଦିଆଯାଇଛି | ସୂଚନା ଥାଉ କି କୁକୁର ମୁଣ୍ଡରେ ଥିବା ହାଡ ଭାଙ୍ଗିଯାଇଥିବାବେଳେ ଏବେ ଅବସ୍ଥା ଗୁରୁତର ରହିଛି |

ସମ୍ବନ୍ଧିତ ଖବର