ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲଖିମ୍ପୁର ଖେରିରେ ଦୁଇ ଦଳିତ ଭଉଣୀଙ୍କ ସହ ଦୁଷ୍କର୍ମ କରିବା ଓ ସେମାନଙ୍କୁ ହତ୍ୟା କରିଥିବା ଘଟଣାରେ ଆଜି ପୁଲିସ ୬ଜଣଙ୍କୁ ଗିରଫ କରିଛି। ୬ଜଣଙ୍କ ମଧ୍ୟରେ ଦୁଇ ପୀଡ଼ିତାଙ୍କ ପଡ଼ୋଶୀଛୋଟୁ ମଧ୍ୟ ରହିଛି, ଯିଏ ଦୁହିଁଙ୍କୁ ଅଭିଯୁକ୍ତଙ୍କ ସହ ଦେଖା କରାଇଥିଲା। ତେବେ ୨ଭଉଣୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଥିବା ବେଳେ ଦୁହିଁଙ୍କ ସହ ପ୍ରଥମେ ଦୁଷ୍କର୍ମ କରାଯିବା ପରେ ସେମାନଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ଅଭିଯୁକ୍ତ। ଏହା ପରେ ଦୁହିଁଙ୍କୁ ଗଛରେ ଟଙ୍ଗାଇ ଦେଇଥିଲେ।
ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିବା ପରେ ଏଭଳି ଜଘନ୍ୟ କାଣ୍ଡ ପାଇଁ ଅଭିଯୁକ୍ତଙ୍କୁ ଉଚିତ୍ ଦଣ୍ଡ ଦିଆଯିବା ବୋଲି ପ୍ରତିଶ୍ରୁତି ଦେଇଛନ୍ତି ୟୁପି ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ। ସେ କହିଛନ୍ତି ଯେ, "ଜୁନୈଦ, ସୋହେଲ, ହଫିଜୁଲ, କରିମୁଦ୍ଦିନ ଏବଂ ଆରିଫ ଏହି ଘଟଣାରେ ସମ୍ପୃକ୍ତ ଥିଲେ। ପୀଡ଼ିତାମାନଙ୍କ ଗଳା ଚିପି ହତ୍ୟା କରାଯାଇଥିଲା ଏବଂ ପରେ ସେମାନଙ୍କୁ ଗଛରେ ଟାଙ୍ଗି ଦିଆଯାଇଥିଲା। ଏବେ ସରକାର ଏଭଳି ପଦକ୍ଷେପ ନେବେ ଯେ ସେମାନଙ୍କ ଆଗାମୀ ପିଢ଼ିର ଆତ୍ମା ମଧ୍ୟ ଏଭଳି କିଛି କରିବା ପୂର୍ବରୁ ଥରି ଉଠିବ। ଏହି ଘଟଣାରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଏବଂ ଅଭିଯୁକ୍ତଙ୍କୁ ଛଡ଼ାଯିବ ନାହିଁ। ସରକାର ପୀଡିତାଙ୍କ ପରିବାର ସହ ଛିଡା ହୋଇଛନ୍ତି ଏବଂ ମୁଁ ପରିସ୍ଥିତି ଉପରେ ନଜର ରଖିଛି।
/sambad/media/post_attachments/aba1880b647a82a9f6786aa3bc65d496d24c9c0302598ee28caafee17022f6f3.jpg)
ଉଲ୍ଲେଖଯୋଗ୍ୟ, ୧୫ ଓ ୧୭ ବର୍ଷୀୟ ଦୁଇ ଭଉଣୀଙ୍କୁ ଆଖୁ କ୍ଷେତକୁ ନିଆଯିବା ପରେ ସୋହେଲ ଓ ଜୁନୈଦ୍ ସେମାନଙ୍କ ସହିତ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ଝିଅ ଦୁହେଁ ବିବାହ କରିବାକୁ କହିବାରୁ ସେମାନେ ଦୁପଟାରେ ଦୁଇଜଣଙ୍କ ବେକ ବାନ୍ଧି ଅଣନିଃଶ୍ବାସୀ କରି ହତ୍ୟା କରିଥିଲେ। ଏହାପରେ କରିମୁଦ୍ଦିନ ଓ ଆରିଫ୍ ଘଟଣାସ୍ଥଳରେ ପହଞ୍ଚି ଘଟଣା ଲୁଚାଇବାରେ ସେମାନଙ୍କୁ ସାହାଯ୍ୟ କରିଥିଲେ। ସେମାନେ ଆତ୍ମହତ୍ୟା କରିଥିବା ପରି ଜଣାପଡ଼ିଲା ଭଳି ଦୁଇ ଭଉଣୀଙ୍କୁ ସେମାନେ ଗଛ ଡାଳରେ ଫାଶୀ ଲଗାଇବା ପରି ଝୁଲାଇ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/t-182.jpg)