ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁନିତ ରାଜକୁମାରଙ୍କ ଶେଷକୃତ୍ୟ

ବାଙ୍ଗାଲୋର : ଶୋକାକୁଳ ପରିବାର ସଦସ୍ୟ ଓ ସହସ୍ରାଧିକ ପ୍ରଶଂସକଙ୍କ ଉପସ୍ଥିତିରେ କାନ୍ତିରାୱା ଷ୍ଟୁଡିଓଠାରେ ରବିବାର ପ୍ରଖ୍ୟାତ ଅଭିନେତା ପୁନିତ ରାଜକୁମାରଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଛି। ଡ. ରାଜକୁମାର ପୁଣ୍ୟଭୂମିଠାରେ ତାଙ୍କ ପିତା ଓ ମାତାଙ୍କ ପାଖରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ତ୍ରିରଙ୍ଗା-ଆବୃତ ଅଭିନେତାଙ୍କ ମରଶରୀରକୁ ଶନିବାର ଷ୍ଟୁଡିଓରେ ପ୍ରଶଂସକଙ୍କ ଶେଷ ଦର୍ଶନ ପାଇଁ ରଖାଯାଇଥିଲା। ହାଜାର ହଜାର ପ୍ରଶଂସକ ଶେଷ ଦର୍ଶନ ଓ ପୁଷ୍ପାର୍ପଣ ପାଇଁ କାନ୍ତିରାୱା ଷ୍ଟାଡିୟମ୍‌ରେ ଧାଡ଼ି ଲଗାଇଥିଲେ। ଅନେକ ଫିଲ୍ମ କଳାକାର ଓ ରାଜନେତା ମଧ୍ୟ ଶ୍ରଦ୍ଧା ନିବେଦନ କରିଥିଲେ। ଦକ୍ଷିଣ ଭାରତୀୟ ଫିଲ୍ମ ସେଲିବ୍ରିଟି ଯଥା ଏନ୍ ବାଲକୃଷ୍ଣ, ଚିରଞ୍ଜୀବୀ, ଜୁନିୟର ଏନ୍‌ଟିଆର୍, ଭେଙ୍କଟେଶ, ଅର୍ଜୁନ ସାର୍ଜା ଏବଂ ପ୍ରଭୁ ଦେବା ମଧ୍ୟ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର