ଋତୁମତୀ ହୋଇଥିଲେ ମୁସଲିମ୍‌ ନାବାଳିକା ବିବାହ କରିପାରିବେ: ପଞ୍ଜାବ ଓ ହରିଆଣା ହାଇକୋର୍ଟ

ଚଣ୍ଡୀଗଡ଼: ମୁସଲିମ୍‌ ବିବାହ ଉପରେ ବିଭିନ୍ନ ଲେଖା ଓ ଅତୀତରେ ଅଦାଲତ ଦେଇଥିବା ବିଭିନ୍ନ ରାୟ ଉପରେ ଭରସା କରି ପଞ୍ଜାବ ଓ ହରିଆଣା ହାଇକୋର୍ଟ ଆଜି ଏକ ବିରଳ ଶୁଣାଣି କରିଛନ୍ତି। ଜଣେ ମୁସଲିମ ବାଳିକା ସରକାରୀ ବିବାହ ବୟସ ୧୮ ବର୍ଷର ନ ହୋଇଥିଲେ ବି ସେ ଯଦି ଋତୁମତୀ ହୋଇଥାଏ, ତେବେ ମୁସଲିମ୍‌ ବ୍ୟକ୍ତିଗତ ଆଇନ ଅନୁଯାୟୀ ସେ ନିଜ ଇଚ୍ଛାରେ ଯାହାକୁ ବି ବିବାହ କରିପାରିବେ ବୋଲି ଅଦାଲତ କହିଛନ୍ତି। ସାର୍‌ ଦିନସା ଫର୍ଦ୍ଦୁଞ୍ଜିନ ମୁଲ୍ଲାଙ୍କ ଦ୍ବାରା ଲିଖିତ ‘ପ୍ରିନ୍ସିପ୍‌ଲସ ଅଫ୍‌ ମହମ୍ମଡିଆନ୍‌ ଲ’ ପୁସ୍ତକର ୧୯୫ ଧାରା ଅନୁଯାୟୀ ଜଣେ ସୁସ୍ଥମନା ମୁସଲିମ୍‌ ନାବାଳିକା ଘରଯୋଗ୍ୟା ହେବା ପରେ ନିଜ ପସନ୍ଦର କାହାକୁ ବିବାହ କରିବା ପାଇଁ ଯୋଗ୍ୟା ବୋଲି ହାଇକୋର୍ଟ ଜଷ୍ଟିସ୍‌ ଅଳକା ସାରିନ୍‌ ଟିପ୍ପଣୀ କରିଛନ୍ତି। ପଞ୍ଜାବରେ ଜଣେ ୩୬ ବର୍ଷୀୟ ମୁସଲିମ୍‌ ଯୁବକ ସହ ଜଣେ ୧୭ ବର୍ଷୀୟା ମୁସଲିମ୍‌ ବାଳିକାର ବିବାହ ସମ୍ପର୍କିତ ମାମଲାର ଶୁଣାଣି କରି ଅଦାଲତ ଏପରି ରାୟ ଦେଇଛନ୍ତି।

ସମ୍ବନ୍ଧିତ ଖବର