ପାକ୍‌ ଅନୁପ୍ରବେଶକାରୀଙ୍କୁ ନିପାତ କରିବା ସହ ଡ୍ରୋନ୍‌କୁ ଖସାଇଲେ ବିଏସ୍‌ଏଫ୍‌ ଯବାନ

ନୂଆଦିଲ୍ଲୀ: ପଞ୍ଜାବରେ ଭାରତ-ପାକିସ୍ତାନ ସୀମାନ୍ତରେ ଦୁଇଟି ପୃଥକ ପୃଥକ ଘଟଣାରେ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନମାନେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ଗୁଳି କରି ହତ୍ୟା କରିଛନ୍ତି ଏବଂ ଏକ ଡ୍ରୋନ୍‌କୁ ତଳକୁ ଖସାଇ ଦେଇଛନ୍ତି ବୋଲି ସେନା ଅଧିକାରୀମାନେ ଗୁରୁବାର ଦିନ କହିଛନ୍ତି।

ବୁଧବାର ସନ୍ଧ୍ୟାରେ ପାକିସ୍ତାନ ସୀମା ଅତିକ୍ରମ କରି ଭାରତୀୟ ଅଞ୍ଚଳରେ ପ୍ରବେଶ କରିବା ସମୟରେ ଅମୃତସର ସେକ୍ଟରର ଏକ ଆଗୁଆ ଅଞ୍ଚଳରେ ଜଣେ ସନ୍ଦିଗ୍ଧ ମଧ୍ୟବୟସ୍କ ବ୍ୟକ୍ତିର ସୀମା ସୁରକ୍ଷା ଜବାନଙ୍କ ଗୁଳିରେ ମୃତ୍ୟୁ ଘଟିଛି ବୋଲି ସେମାନେ କହିଛନ୍ତି।

ଭାରତୀୟ ଯବାନ ଅନୁପ୍ରବେଶକାରୀଙ୍କୁ ଅଟକିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେ ଅଟକି ନଥିଲେ ଏବଂ ଆଗକୁ ବଢିବା ଜାରି ରଖିଥିଲେ। ପରେ ଏକ ଆସନ୍ନ ବିପଦର ଆଶଙ୍କା କରି ବିଏସଏଫ ସୈନ୍ୟମାନେ ଆତ୍ମରକ୍ଷା ପାଇଁ ଅନୁପ୍ରବେଶକାରୀଙ୍କ ଉପରକୁ ଗୁଳି ଚଳାଇଥିଲେ ଏବଂ ଘଟଣାସ୍ଥଳରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ହତ୍ୟା କରିଥିଲେ ବୋଲି ବିଏସଏଫ ମୁଖପାତ୍ର କହିଛନ୍ତି।

ସେହିପରି, ବୁଧବାର ସକାଳେ କରାଯାଇଥିବା ଅନ୍ୟ ଏକ କାର୍ଯ୍ୟାନୁଷ୍ଠାନରେ ସୀମା ସୁରକ୍ଷା ବାହିନୀ ମଧ୍ୟ ସମାନ କ୍ଷେତ୍ରର ହାଭେଲିଆନ୍‌ ଗ୍ରାମ ନିକଟରେ ଏକ ଡ୍ରୋନ୍‌କୁ ଗୁଳି କରି ଖସାଇ ଦେଇଥିଲେ। ଗୋଟିଏ ଧଳା କ୍ୱାଡକପ୍ଟଟ ଡ୍ରୋନ୍‌ (ଡିଜେଆଇ ଫ୍ୟାଣ୍ଟମ୍‌ ୪ ମଡେଲ୍‌) ପାକିସ୍ତାନରୁ ଭାରତ ଆସୁଥିବା ବେଳେ ସୀମା ସୁରକ୍ଷା ବାହିନୀର ଯବାନମାନେ ତା’ ଉପରକୁ ଗୁଳିମାଡ଼ କରି ତାକୁ ଖସାଇ ଦେଇଥିଲେ।

ସମ୍ବନ୍ଧିତ ଖବର