ଚନ୍ନୀଙ୍କ ମନ୍ତ୍ରିମଣ୍ଡଳର ପ୍ରଥମ ସଂପ୍ରସାରଣ: ଶପଥ ନେଲେ ୧୫ ମନ୍ତ୍ରୀ

ଚଣ୍ଡୀଗଡ଼: ବହୁ ବାଦ ବିବାଦ ପରେ ପଞ୍ଜାବ ସରକାରଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହୋଇଛି । ଏବେ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଛି ।  ଚନ୍ନୀଙ୍କ ମନ୍ତ୍ରିମଣ୍ଡଳରେ ଆଜି ବ୍ରହମ ମହିନ୍ଦ୍ରା, ମନପ୍ରୀତ ସିଂହ ବାଦଲ, ତ୍ରିପ୍ତ ରାଜିନ୍ଦର ସିଂହ ବାଜବା, ସୁଖବିନ୍ଦର ସିଂହ ସରକାରୀୟା, ରାଣା ଗୁରୁଜିତ ସିଂ, ଅରୁଣ ଚୌଧୁରୀ, ରଜିଆ ସୁଲତାନା, ଭାରତ ଭୂଷଣ , ବିଜୟ ଇନ୍ଦର ସିଂଗଲା, ରଣଦୀପ ସିଂହ ନଭା, ରାଜକୁମାର ବେରକା, ସଂଗତ ସିଂହ ଗିଲଜିୟାନ, ପରଗତ ସିଂହ, ଅମରିନ୍ଦର ସିଂହ ରାଜା ବାରିଙ୍ଗ ଓ ଗୁରକିରତ ସିଂହ କୋଟଲୀ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ।

ଅନ୍ୟପଟେ ମନ୍ତ୍ରିମଣ୍ଡଳରୁ କିଛି ପୁରୁଣା ମନ୍ତ୍ରୀଙ୍କୁ ବାଦ ଦିଆଯିବା ନେଇ ବି ଆକଳନ କରାଯାଇଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ବଲବିରସିଂ ସିଦ୍ଧୁ, ସାଧୁ ସିଂହ ଧର୍ମାସୋତ, ଗୁରୁପ୍ରୀତ ସିଂହ କାଂଗଡା ଓ ଗୁରମିତ ସୋଢୀ । ଏପଟେ ୭ ଜଣ ବିଧାୟକଙ୍କୁ ପ୍ରଥମଥର ପାଇଁ ମନ୍ତ୍ରୀପଦ ମିଳୁଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଅନ୍ୟପଟେ ପଞ୍ଜାବ କଂଗ୍ରେସର ଦୁଇଗୋଷ୍ଠୀ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ପଞ୍ଜାବ କଂଗ୍ରେସର ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କ ଗୋଷ୍ଠୀକୁ ସନ୍ତୁଷ୍ଟ କରିବାକୁ ଚନ୍ନୀ ଉଭୟ ଗୋଷ୍ଠୀର ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ଯାଉଛନ୍ତି ଓ କିଛି ନେତାଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରାଯାଇଛି । କଂଗ୍ରେସ ଯୋଜନା କରିଛି କି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ମାଧ୍ୟମରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସରକାର ବିରୋଧୀ ଭୋଟରଙ୍କୁ ଏକତ୍ରିତ କରିବା ।

ସମ୍ବନ୍ଧିତ ଖବର