ଧାର୍ମିକ ସ୍ଥଳରେ ମାଇକ ବଜାଇବାକୁ ନେବାକୁ ହେବ ଅନୁମତି

ଚଣ୍ଡୀଗଡ଼: ଦେଶରେ ବଢୁଥିବା ଧ୍ୱନି ପ୍ରଦୂଷଣକୁ ଦୃଷ୍ଟିରେ ରଖି ପଞ୍ଜାବ-ହରିୟାଣା ହାଇକୋର୍ଟ ମହତ୍ଵପୂର୍ଣ୍ଣ ଆଦେଶ ଜାରି କରିଛନ୍ତି | କୋର୍ଟ କହିଛନ୍ତି ବିନା କୌଣସି ଅନୁମତିରେ ଧାର୍ମିକ ସ୍ଥଳ ଯେପରିକି ମନ୍ଦିର, ମସଜିଦ ଓ ଗୁରୁଦ୍ୱାରରେ ଲାଉଡ଼ସ୍ପିକର ବିନା ଅନୁମତିରେ ବଜାଇପାରିବେ ନାହିଁ | କୋର୍ଟ କହିଛନ୍ତି ଯେ କୌଣସି ଧାର୍ମିକ ଅନୁଷ୍ଠାନରେ ସକାଳ ୬ଟା ପୂର୍ବରୁ ମାଇକ ବଜାଇ ହେବ ନାହିଁ ବୋଲି କୋର୍ଟ କହିଛନ୍ତି |

ଏହା ସମ୍ପୂର୍ଣ୍ଣ ଅବୈଧ ହୋଇଥିବାବେଳେ ଏହି ସମୟ ପୂର୍ବରୁ କୌଣସି ଲାଉଡ଼ସ୍ପିକର ବାଜିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ | ସେହିପରି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେଉଁ ଅଧିକାରୀ ଲାଉଡ଼ସ୍ପିକର ପାଇଁ ଅନୁମତି ଦେବେ ସେ ଧ୍ୱନିର ତୀବ୍ରତା ୧୦ ଡେସିବିଲରୁ ଯେପରି ଅଧିକ ହେବ ନାହିଁ ତାହା ପ୍ରତି ଦୃଷ୍ଟି ଦେବେ |

Photo-Zeenews

ଯଦି ଏହି ଆଦେଶକୁ କାର୍ଯ୍ୟକାରୀ ନ କରାଯାଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି | କୋର୍ଟ କହିଛନ୍ତି ଯେ କୌଣସି ଧାର୍ମିକ ଅନୁଷ୍ଠାନ ବର୍ଷକୁ ମାତ୍ର ୧୫ ଦିନ ହିଁ ରାତି ୧୨ଟା ଯାଏଁ ମାଇକ ବଜାଇପାରିବେ, ତେବେ ଏହାର ଶବ୍ଦ ଯେପରି ୧୦ ଡେସିବିଲରୁ ଅଧିକ ହେବ ନାହିଁ ସେଥିପ୍ରତି ଦୃଷ୍ଟି ଦେବେ |

ସମ୍ବନ୍ଧିତ ଖବର