ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ-ହର୍‌ସିମ୍‌ରତ ବାଦଲଙ୍କ ମଧ୍ୟରେ ବୟାନ ଯୁଦ୍ଧ

ନୂଆଦିଲ୍ଲୀ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଶିରୋମଣୀ ଅକାଳି ଦଳ ନେତ୍ରୀ ହର୍‌ସିମ୍‌ରତ କୌର୍‌ ବାଦଲଙ୍କ ମଧ୍ୟରେ ବୟାନ ଯୁଦ୍ଧ ଆରମ୍ଭ ‌ହୋଇଛି। କେନ୍ଦ୍ର ସରକାର ନୂଆ କୃଷି ଆଇନ ଆଣିବା ପରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ହର୍‌ସିମ୍‌ରତ ନିଜ ପଦରୁ ଇସ୍ତଫା ଦେଇଥିଲେ। ତେବେ ଏ ବିଲ୍‌ ଯେତେବେଳେ ଆଗତ ହୋଇଥିଲା, ସେତେବେଳେ କ’ଣ ହର୍‌ସିମ୍‌ରତ ପଢ଼ି ପାରି ନଥିଲେ। ହର୍‌ସିମରତ କ’ଣ ଅକ୍ଷର ଚିହ୍ନି ନଥିଲେ କି ବୋଲି ଅମରିନ୍ଦର ସିଂହ ପ୍ରଶ୍ନ କରିଛନ୍ତି। ବର୍ତ୍ତମାନ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ପ୍ରକାଶ ସିଂହ ବାଦଲ ନିଜର ପଦ୍ମବିଭୂଷଣ ପୁରସ୍କାର ଫେରାଇ ଦେଇଛନ୍ତି।

ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର କହିଥିଲେ, ପ୍ରକାଶ ସିଂହ ବାଦଲ କାହିଁକି ପଦ୍ମଭୂଷଣ ପୁରସ୍କାର ଗ୍ରହଣ କରିଥିଲେ? ପ୍ରକାଶ ସିଂହ ବାଦଲ ‘ପଦ୍ମବିଭୂଷଣ’ ପୁରସ୍କାର ପାଇଥିବାବେଳେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ‘ପଦ୍ମଭୂଷଣ’ ବୋଲି ଉଲ୍ଲେଖ କରିଥିଲେ। ଅମରିନ୍ଦରଙ୍କ ଏଭଳି ତ୍ରୁଟିପୂର୍ଣ୍ଣ ବୟାନ ଉପରେ ହର୍‌ସିମ୍‌ରତ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି। ଅମରିନ୍ଦର ଜଣେ ଉଚ୍ଚ ଶିକ୍ଷିତ ହୋଇ ଏଭଳି ଭୁଲ୍‌ କିଭଳି କରୁଛନ୍ତି ବୋଲି ହର୍‌ସିମରତ କହିଛନ୍ତି।

ସମ୍ବନ୍ଧିତ ଖବର