ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ବରିଷ୍ଠ ନେତା ନଜବୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ବିବାଦର ଏକପ୍ରକାର ତାଳିପକା ସମାଧାନ ଦଳ କରିଛି। କ୍ୟାପଟେନ୍ ସିଂହ ମୁଖ୍ୟମନ୍ତ୍ରୀ ରହିବେ ଏବଂ ସିଦ୍ଧୁ ରାଜ୍ୟରେ ଦଳର ମୁଖ୍ୟ ଭାବେ କାର୍ଯ୍ୟ କରିବେ। ଅମରିନ୍ଦରଙ୍କ ମୁଖ୍ୟମନ୍ତ୍ରିତ୍ବରେ ଦଳ ନିର୍ବାଚନକୁ ଓହ୍ଲାଇବ। ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଏଭଳି ସମାଧାନ କରାଯାଇଛି।

Advertisment

ଏତଦ୍‌ବ୍ୟତୀତ ରାଜ୍ୟରେ ପିସିସିର ଦୁଇ ଜଣ କାର୍ଯ୍ୟକାରୀ ସଭାପତି ରହିବେ। ସେମାନଙ୍କ ମଧ୍ୟରୁ ଜଣେ ହିନ୍ଦୁ ଏବଂ ଅନ୍ୟଜଣେ ଦଳିତ ବର୍ଗରୁ ଆସିବେ। ଏ ନେଇ ଆନୁଷ୍ଠାନିକଭାବେ ଖୁବଶୀଘ୍ର ଘୋଷଣା କରାଯିବାର ଆଶା ରହିଛି। ପଂଜାବ ଦାୟିତ୍ବରେ ଥିବା ଦଳର ବରିଷ୍ଠ ନେତା ହରୀଶ ରାୱତ ଏହି ସୂଚନା ଦେଇଛନ୍ତି। ଆସନ୍ତା ଦୁଇ ତିନିଦିନ ମଧ୍ୟରେ ଏ ନେଇ ଘୋଷଣା ହେବ। ଦଳର ନିଷ୍ପତ୍ତିକୁ ଅମରିନ୍ଦର ମାନିନେବେ ବୋଲି କହିଛନ୍ତି। ତେଣୁ ନିର୍ବାଚନ ପାଇଁ ଦୁଇ ନେତା ମିଳିତଭାବେ କାମ କରିବେ। ରାଜ୍ୟ ପାଇଁ ସିଦ୍ଧୁ ହେଉଛନ୍ତି ଭବିଷ୍ୟତ। ତେଣୁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବା କିଛି କହିବା ପୂର୍ବରୁ ସେ ଏହି ବିଷୟକୁ ମନେ ରଖିବା ଉଚିତ ବୋଲି ରାୱତ କହିଛନ୍ତି।