ଚଣ୍ଡିଗଡ: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ଝିଅ ସିରତ କୌର ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

Advertisment

ସିରତ କହିଛନ୍ତି, ‘ମୋର ବ‌ାପା ମଦ ପିଇ ଗୁରୁଦ୍ବାର ଯାଇଥାଆନ୍ତି। ସେ ମୋତେ ଓ ଭାଇକୁ ଦାୟିତ୍ବ ନେବାକୁ ମନା କରି ଦେଇଛନ୍ତି। ଯେଉଁ ବ୍ୟକ୍ତି ବାପା ଓ ମା’ଙ୍କ ଦାୟିତ୍ବ ନେଇ ପାରିଲା ନାହିଁ ତାଙ୍କ ଉପରେ ପୂରା ପଞ୍ଜାବର ଦାୟିତ୍ବ କେଉଁ ବିଶ୍ବାସରେ ଦିଆଯାଇପାରିବ।

ଆପଣମାନେ ଜାଣିଛନ୍ତି ମୋ ବାପା ତୃତୀୟ ସନ୍ତାନର ବାପା ହେବାକୁ ଯାଉଛନ୍ତି। ଏକଥା ମୋତେ ତାଙ୍କର ପାଖଲୋକମାନେ ଜଣାଇଛନ୍ତି। ବାପାଙ୍କ ସ୍ତ୍ରୀ ଡକ୍ଟର ଗୁରପ୍ରୀତ କୌର ମୋତେ ଓ ଭାଇକୁ ଅଲଗା କରି ଏବେ ତୃତୀୟ ସନ୍ତାନର ମା’କୁ ‌ଯାଉଛନ୍ତି। ଦୁଇପିଲାକୁ ଏଡ଼ାଇ ତୃତୀୟ ସନ୍ତାନକୁ ଗୁରପ୍ରୀତ କାହିଁକି ଜନ୍ମ ଦେବାକୁ ଯାଉଛନ୍ତି ଏହାର କାରଣ ମୁଁ ବୁଝି ପାରୁ ନାହିଁ। ମୁଁ ବାପା ଓ ମା’ଙ୍କ ଠାରୁ ମୋର ନାମ ଅଲଗା କରି ଦେଇଛି। ସେମାନଙ୍କ ପରିଚୟ ନେଇ ମୁଁ ବଞ୍ଚିବାକୁ ଚାହୁଁ ନାହିଁ। ’

ତେବେ ସିରତଙ୍କ  ଏହି ଭିଡିଓକୁ ଶିରୋମଣି ଅକାଳୀ ଦଳର ନେତା ବିକ୍ରମ ସିଂ ମାଜିଥିଆ ସାମ୍ବାଦିକ ସମ୍ମିଳନୀରେ ସାମ୍ନାକୁ ଆଣିଛନ୍ତି। ଆଉ କହିଛନ୍ତି, ‘ଯେଉଁ ବ୍ୟକ୍ତି ନିଜର ପିଲାର ଦାୟିତ୍ବ ନେଇ ପାରିଲେ ନାହିଁ। କେଉଁ ଭରସାରେ ତାଙ୍କୁ ପୂରା ରାଜ୍ୟର ଦାୟିତ୍ବ ଦିଆଯିବ।’