ପ୍ରଧାନମନ୍ତ୍ରୀଙ୍କ ପାଇଁ ମହାମୃତ୍ୟୁଞ୍ଜୟ ପାଠ କରାଇ ଦେବି: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି

ଚଣ୍ଡିଗଡ଼: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଥିବା କଥା ପଦାକୁ ଆସିବା ପରେ ଜୋର ଧରିଛି ରାଜନୀତି । ବିଜେପି ଏଥିପାଇଁ ଚନ୍ନି ସରକାରଙ୍କୁ ସିଧାସଳଖ ଦାୟୀ କରୁଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ କୌଣସି ତ୍ରୁଟି ହୋଇନଥିବା କହି ଆସୁଛନ୍ତି ଚନ୍ନି ସରକାର । ଏହାସତ୍ତ୍ବେ ମଧ୍ୟ ଏହାକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ । ଏସବୁ ଭିତରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କର ଆଉ ଏକ ବୟାନ ସାମ୍ନାକୁ ଆସିଛି । ନିଜ ବୟାନରେ ମୁଖ୍ୟମନ୍ତ୍ରୀ ଚନ୍ନି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ କୌଣସି ତ୍ରୁଟି ନଥିଲା କିମ୍ବା ମୋଦୀଙ୍କ ପ୍ରତି କୌଣସି ବିପଦ ମଧ୍ୟ ନଥିଲା । ଏହାସତ୍ତ୍ବେ ମଧ୍ୟ ମୋଦୀଙ୍କ ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଇ ଦେବି ବୋଲି କହିଛନ୍ତି ଚନ୍ନି ।

ଏହାସହ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଉପରେ କୌଣସି ବିପଦ ନଥିଲା । କାରଣ ପ୍ରଧାନମନ୍ତ୍ରୀଙ୍କ କାରକେଡର ଗୋଟିଏ କିଲୋମିଟର ପର୍ଯ୍ୟନ୍ତ କୌଣସି ପ୍ରଦର୍ଶନକାରୀ ନଥିଲେ । ପ୍ରଧାନମନ୍ତ୍ରୀ ଯେଉଁଠିକୁ ଯାଇଥାନ୍ତି ସେଠାରେ ୬ ହଜାରରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ହୋଇଥାନ୍ତି । ଏହାଛଡା ବିଶ୍ୱର ସବୁଠୁ ଲୋକତାନ୍ତ୍ରିକ ଦେଶ ହେଉଛି ଭାରତ । ଆଉ ଭାରତର ପ୍ରଧାନମନ୍ତ୍ରୀ ହେଉଛନ୍ତି ମୋଦୀ । ତେଣୁ ତାଙ୍କ ଉପରେ କିଭଳି ବିପଦ ଆସିପାରିବ ।

Punjab CM Channi meets PM Modi in Delhi, likely to meet Rahul Gandhi later  - India News
indiatoday
ଏସବୁ ଭିତରେ ପଞ୍ଜାବ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିବା ବେଳେ ଚନ୍ନି କହିଛନ୍ତି ଯେ, କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହା ଦଳ ସ୍ଥିର କରିବ । ଯେବେଠାରୁ ମୁଁ ମୁଖ୍ୟମନ୍ତ୍ରୀ ହୋଇଛି ରାଜ୍ୟର ପ୍ରତ୍ୟେକ ବର୍ଗଙ୍କ ପାଇଁ କାମ କରିଛି । ଆଉ ଆଗାମୀ ନିର୍ବାଚନ ପାଇଁ ମଧ୍ୟ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଚନ୍ନି । ଆସନ୍ତା ଫେବ୍ରୁଆରିରେ ପଞ୍ଜାବରେ ନିର୍ବାଚନ ହେବାକୁ ଯାଉଛି । ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ନିର୍ବାଚନ ଚଳିତ ଥର ରୋଚକ ହେବାକୁ ଯାଉଛି । ୨୦୧୭ରେ କଂଗ୍ରେସ ପଞ୍ଜାବରେ ୭୭ ଆସନରେ ବିଜୟୀ ହେବା ସହ ସରକାର ଗଢିଥିଲା । କିନ୍ତୁ ଏବେ ସମୟ ବଦଳିଛି । ପୂର୍ବରୁ କଂଗ୍ରେସର ମୁଖ୍ୟମନ୍ତ୍ରୀ ଥିବା କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସର ହାତ ଛାଡି ନିଜସ୍ୱ ଦଳ ଗଠନ କରିଛନ୍ତି । ବିଜେପି ସହ ମେଣ୍ଟ କରି ଚଳିତଥର ନିର୍ବାଚନ ମୈଦାନକୁ ଓହ୍ଲାଉଛନ୍ତି ଅମରିନ୍ଦର ।
ସମ୍ବନ୍ଧିତ ଖବର