ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କଂଗ୍ରେସ ନେତାଙ୍କୁ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନୀ

ନୂଆଦିଲ୍ଲୀ: ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜୀତ୍‌ ସିଂହ ଚନ୍ନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଛି। ଏହାପରେ ସେ କଂଗ୍ରେସର କେତେକ କେନ୍ଦ୍ରୀୟ ନେତୃବର୍ଗଙ୍କୁ ମଧ୍ୟ ଭେଟି ପାରନ୍ତି ବୋଲି କୁହାଯାଉଛି।

୧୦ ଦିନ ପାଇଁ ଧାନ କ୍ରୟ ସ୍ଥଗିତ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିଷୟରେ ଚରଣଜୀତ୍‌ ସିଂହ ଚନ୍ନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରି ପାରନ୍ତି। ଶୁକ୍ରବାର ଠାରୁ ଧାନ କ୍ରୟ କରାଯିବ ବୋଲି ପୂର୍ବରୁ ନିର୍ଦ୍ଧାରଣ କରାଯାଇଥିଲା।

Image Courtesy of India TV News

ଆଜି ଅପରାହ୍ଣ ୪ଟା ବେଳେ ପ୍ରଧାନମନ୍ତ୍ରୀଙ୍କ ସହ ଚନ୍ନୀଙ୍କ ସାକ୍ଷାତ୍ ସମୟ ଧାର୍ଯ୍ୟ କରାଯାଇଛି। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ସୌଜନ୍ୟମୂଳକ ସାକ୍ଷାତ ପାଇଁ ଚନ୍ନୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପତ୍ର ଲେଖିଥିଲେ। ଏହାପୂର୍ବରୁ ପଞ୍ଜାବ ନୂତନ କ୍ୟାବିନେଟର୍‌ ସଦସ୍ୟମାନଙ୍କ ନାମ ଚୂଡ଼ାନ୍ତ କରିବା ଲାଗି ଚନ୍ନୀ ଦୁଇ ତିନି ଥର ଦିଲ୍ଲୀ ଗସ୍ତରେ ଆସିଥିଲେ।

ସୂଚନାଯୋଗ୍ୟ, ପଞ୍ଜାବ ବିଧାନସଭା ନିର୍ବାଚନ ଆଉ ଅଳ୍ପ କେତେ ମାସ ବାକି ଥିବା ବେଳେ ପଞ୍ଜାବ କଂଗ୍ରେସରେ ଦେଖା ଦେଇଥିବା ସଙ୍କଟର ସମାଧାନ କରିବାରେ କେନ୍ଦ୍ରୀୟ ନେତୃମଣ୍ଡଳୀ ବିଶେଷକରି, ଗାନ୍ଧୀ ପରିବାର ବିଫଳ ହୋଇଥିବା କଥା କେତେକ ବରିଷ୍ଠ କଂଗ୍ରେସ ନେତା ମନ୍ତବ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର