ସକାଳେ କର୍ତ୍ତାରପୁର ଯାଉଥିବା ଲୋକ ସନ୍ଧ୍ୟାରେ ଆତଙ୍କବାଦୀ ହୋଇ ଫେରୁଛନ୍ତି: ପଞ୍ଜାବ ଡିଜିପି

ପଞ୍ଚକୁଲା: ପଞ୍ଜାବ ଡିଜିପି ଦିନକର ଗୁପ୍ତା କର୍ତ୍ତାରପୁର କରିଡରକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି | ସେ କହିଛନ୍ତି ଯେ ସକାଳେ କର୍ତ୍ତାରପୁର ଯାଉଥିବା ଲୋକ ସନ୍ଧ୍ୟାରେ ଫେରିଲାବେଳେ ଆତଙ୍କବାଦୀ ହୋଇ ଫେରୁଛି | ଡିଜିପି ବିନା ଭିସାରେ କର୍ତ୍ତାରପୁରରେ ପ୍ରବେଶକୁ ନେଇ ପ୍ରଶ୍ନ ଉଠାଇଛନ୍ତି | ଡିଜିପିଙ୍କୁ କହିବା ମୁତାବକ ପାକିସ୍ତାନରେ ଏମିତି କିଛି ଲୋକ ଅଛନ୍ତି ଯିଏକି ଶ୍ରଦ୍ଧାଳୁଙ୍କୁ ମତିଭ୍ରମ କରାଉଛନ୍ତି | ସେଥିପାଇଁ ଏତେ ବର୍ଷ ଧରି କର୍ତ୍ତାରପୁର କରିଡର ଖୋଲାଯାଉନଥିଲା |

Photo-True scoop news

ପଞ୍ଚକୁଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡିଜିପି ଦିନକର ଗୁପ୍ତା କହିଛନ୍ତି ଯେ କର୍ତ୍ତାରପୁରରେ ଏଭଳି କ୍ଷମତା ଅଛି ଯଦି କୌଣସି ସାଧାରଣ ଲୋକଙ୍କୁ ଆପଣ ଏଠାକୁ ପଠାଇବେ ତେବେ ସେ କୁଶଳୀ ଆତଙ୍କବାଦୀ ହୋଇ ଫେରିପାରିବ | ଆପଣ ଯଦି କର୍ତ୍ତାରପୁରରେ ୬ ଘଣ୍ଟା ରହିବେ ତେବେ ଆପଣଙ୍କୁ ବୋମା ବିସ୍ଫୋରଣ ମଧ୍ୟ ଶିଖାଇଦିଆଯିବ | ସେଥିପାଇଁ ଏତେ ବର୍ଷ ହେଲା କରିଡରକୁ ଖୋଲାଯାଉନଥିଲେ ବି ଶିଖ ସମୁଦାୟଙ୍କ ଦାବିକୁ ନେଇ ଶେଷରେ ଖୋଲାଯାଇଥିଲା |

ସୂଚନାଯୋଗ୍ୟ ଯେ ପାକିସ୍ତାନର କର୍ତ୍ତାରପୁରଠାରେ ଥିବା ଗୁରୁଦ୍ୱାରା ଦରବାର ସାହେବରେ ଶିଖଧର୍ମ ପ୍ରତିଷ୍ଠାତା ଗୁରୁନାନକ ନିଜର ଶେଷ ସମୟ କଟାଇଥିଲେ । କର୍ତ୍ତାରପୁର କରିଡର ଭାରତରେ ଥିବା ଡେରା ବାବା ନାନକ ସାହେବ ସହ ପାକିସ୍ତାନରେ ଥିବା ଗୁରୁଦ୍ୱାରା ଦରବାର ସାହେବକୁ ସଂଯୋଗ କରୁଛି । ଗତବର୍ଷ ନଭେମ୍ବର ୯ ତାରିଖରେ କର୍ତ୍ତାରପୁର କରିଡରକୁ ଖୋଲାଯାଇଥିଲା | ଭାରତ ପଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିବାବେଳେ ପାକିସ୍ଥାନ ପଟକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଉଦଘାଟନ କରିଥିଲେ |

ସମ୍ବନ୍ଧିତ ଖବର