ବୁଲେଟପ୍ରୁଫ ଗାଡି ସହ ବନ୍ଧୁକଧାରୀ କମାଣ୍ଡୋଙ୍କୁ ନିଜ ସହ ନେଇନଥିଲେ ସିଦ୍ଧୁ ମୁଜୱାଲା: ପଞ୍ଜାବ ଡିଜିପି

ଚଣ୍ଡୀଗଡ଼: ପଞ୍ଜାବୀ ଗାୟକ ସିଦ୍ଧୁ ମୁଜୱାଲାଙ୍କ ହତ୍ୟାକାଣ୍ଡ ପଛରେ କାନାଡାର ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରର ହାତ ଥିବାର କୁହାଯାଉଛି | କାରଣ ଏହି ହତ୍ୟାକାଣ୍ଡ ପାଇଁ ଗୋଲ୍ଡି ବ୍ରାର ନିଜକୁ ଦାୟୀ କରିଛି | ଖବର ଅନୁଯାୟୀ, ସିଦ୍ଧୁ ମୁଜୱାଲା ପଞ୍ଜାବର ଗ୍ୟାଙ୍ଗଷ୍ଟର ଲରେନ୍ସ ବିସନୋଇର ଟାର୍ଗେଟରେ ଥିଲେ ଏବଂ ବିସନୋଇ ଗ୍ୟାଙ୍ଗ ମୁଜୱାଲା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଥିଲା । ଅନ୍ୟପଟେ ପଞ୍ଜାବର ଡିଜିପି ଭି.କେ ଭବ୍ରା କହିଛନ୍ତି ଯେ ତାଙ୍କ ପାଖରେ ପଞ୍ଜାବ ପୁଲିସର ଚାରିଜଣ କମାଣ୍ଡୋ ଥିଲେ ।

ତାଙ୍କଠାରୁ ଦୁଇ ଜଣ କମାଣ୍ଡୋଙ୍କୁ ହଟାଇଦିଆଯାଇଥିଲା | ସେ ଯିବାବେଳେ ତାଙ୍କ ସହିତ କମାଣ୍ଡୋ ନେଇ ନଥିଲେ। ତାଙ୍କର ଏକ ବ୍ୟକ୍ତିଗତ ବୁଲେଟ୍ ପ୍ରୁଫ୍ ଗାଡି ଥିଲା ଯାହାକୁ ସେ ନେଇ ନଥିଲେ | ଆଇଜି ରାଙ୍କର ଅଧିକାରୀମାନେ ଘଟଣାର ଅନୁସନ୍ଧାନ କରୁଛନ୍ତି। ସୂଚନା ଥାଉ କି ଆଜି ମୁଜୱାଲା ଏବଂ ତାଙ୍କର ଦୁଇ ବନ୍ଧୁ ପଞ୍ଜାବର ନିଜ ଗ୍ରାମ ମାନସା ଅଭିମୁଖେ ଯାଉଥିବାବେଳେ ଏହି ଆକ୍ରମଣ ହୋଇଥିଲା।

ଏହି ଗୁଳିକାଣ୍ଡରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ମାନସା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଶୁଭଦୀପ ସିଂ ସିଦ୍ଧୁ ପଞ୍ଜାବୀ କଣ୍ଠଶିଳ୍ପୀ ଭାବରେ ସିଦ୍ଧୁ ମୁଜୱାଲା ନାଁରେ ଲୋକପ୍ରିୟ ହୋଇଥିଲେ। ପଞ୍ଜାବ ସରକାର ମୁଜୱାଲାଙ୍କ ସମେତ ୪୨୪ଜଣଙ୍କ ସୁରକ୍ଷା ପ୍ରତ୍ୟାହାର କରିବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି।

ସମ୍ବନ୍ଧିତ ଖବର