ନୂଆଦିଲ୍ଲୀ: ଏଥର ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରକାର ଗଢ଼ିବା ସମ୍ଭାବନା ରହିଛି । ମତଦାନ ପରେ ଆଜି ପ୍ରକାଶ ପାଇଥିବା ଏକଜିଟ୍ ପୋଲ (ବୁଥ୍ ବାହୁଡ଼ା ମତ) ଫଳାଫଳରୁ ଏହି ସଙ୍କେତ ମିଳିଛି। ଏବେ ବିଭିନ୍ନ ଗଣମାଧ୍ୟମ ଓ ରିସର୍ଚ୍ଚ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲ ଫଳାଫଳ ପ୍ରକାଶ ଆରମ୍ଭ ହୋଇଥିବା ବେଳେ ପଞ୍ଜାବରେ ଆଗରେ ରହିଛି ଆପ୍।
ଇଣ୍ଡିଆ ଟୁଡେ ଆକ୍ସିସ ମାଇଁ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ଆପ ପଞ୍ଜାବରେ ୭୬-୯୦ଟି ଆସନରେ ଆଗୁଆ ରହିବ ବୋଲି ଆଶା କରାଯାଉଥିବା ବେଳେ କଂଗ୍ରେସ ୧୯-୩୧, ଅକାଳୀ ଦଳ ୭-୧୧ ଏବଂ ବିଜେପି ୧-୪ରେ ଅଟକିବ ବୋଲି ଇଣ୍ଡିଆ ଟୁଡେ ଆକ୍ସିସ ମାଇଁ ଇଣ୍ଡିଆର ଏକଜିଟ୍ ପୋଲ କହୁଛି।
ସେହିପରି ରିପବ୍ଲିକ୍ ଟିଭି ଓ ପି-ମାର୍କ ପକ୍ଷରୁ ପ୍ରକାଶ ପାଇଥିବା ଏକଜିଟ୍ ପୋଲ୍ ଫଳାଫଳ ଅନୁସାରେ ପଞ୍ଜାବରେ ସରକାର ଗଢ଼ିବାକୁ ଯାଉଛି ଆମ ଆଦମୀ ପାର୍ଟି। ଆପ ପଞ୍ଜାବରେ ୬୨-୭୦ଟି ଆସନରେ ଆଗୁଆ ରହିବ ବୋଲି ଆଶା କରାଯାଉଥିବା ବେଳେ କଂଗ୍ରେସ ୨୩-୩୧, ଅକାଳୀ ଦଳ ୧୬-୨୪ ଏବଂ ବିଜେପି ୦-୩ରେ ଅଟକିବ ବୋଲି ରିପବ୍ଲିକ୍ ଟିଭି ଓ ପି-ମାର୍କ ଏକଜିଟ୍ ପୋଲ କହୁଛି।
ଏବିପି-ସିଭୋଟର ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲରେ ପଞ୍ଜାବରେ ବହୁମତ ହାସଲ କରି ସରକାର ଗଢ଼ିବ ଆମ ଆଦମୀ ପାର୍ଟି। ସି-ଭୋଟର ଏକଜିଟ୍ ପୋଲ୍ ଫଳାଫଳ ଅନୁସାରେ ଆପ ପଞ୍ଜାବରେ ୫୧-୬୧ଟି ଆସନରେ ଆଗୁଆ ରହିବ ବୋଲି ଆଶା କରାଯାଉଥିବା ବେଳେ କଂଗ୍ରେସ ୨୨-୨୮, ଅକାଳୀ ଦଳ ୨୦-୨୬ ଏବଂ ବିଜେପି ୭-୧୩ରେ ଅଟକିବ ବୋଲି ଏବିପି-ସିଭୋଟର ଏକଜିଟ୍ ପୋଲ କହୁଛି।
ଟୁଡେଜ୍ ଚାଣକ୍ୟ ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲରେ ମଧ୍ୟ ପଞ୍ଜାବରେ ବହୁମତ ହାସଲ କରି ଆମ ଆଦମୀ ପାର୍ଟି ସରକାର ଗଢ଼ିବ ବୋଲି ସଙ୍କେତ ମିଳିଛି। ଟୁଡେଜ୍ ଚାଣକ୍ୟ ଏକଜିଟ୍ ପୋଲ୍ ଫଳାଫଳ ଅନୁସାରେ ଆପ ପଞ୍ଜାବରେ ଆପ୍ ୧୦୦ଟି ଆସନରେ ଆଗୁଆ ରହିବ ବୋଲି ଆଶା କରାଯାଉଥିବା ବେଳେ କଂଗ୍ରେସ ୧୦, ଅକାଳୀ ଦଳ ୬ ଏବଂ ବିଜେପି ୧ରେ ଅଟକିବ ବୋଲି ଟୁଡେଜ୍ ଚାଣକ୍ୟ ଏକଜିଟ୍ ପୋଲ କହୁଛି।
ସେହିଭଳି ଜନ କି ବାତ୍ ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲରେ ପଞ୍ଜାବରେ ବହୁମତ ହାସଲ କରି ଆମ ଆଦମୀ ପାର୍ଟି ସରକାର ଗଢ଼ିବ ବୋଲି ଦେଖାଯାଇଛି। ଜନ କି ବାତ୍ ଏକଜିଟ୍ ପୋଲ୍ ଫଳାଫଳ ଅନୁସାରେ ଆପ ପଞ୍ଜାବରେ ଆପ୍ ୬୦-୮୪ଟି ଆସନରେ ଆଗୁଆ ରହିବ ବୋଲି ଆଶା କରାଯାଉଥିବା ବେଳେ କଂଗ୍ରେସ ୧୮-୩୧, ଅକାଳୀ ଦଳ ୧୨-୧୯ ଏବଂ ବିଜେପି ୩-୭ରେ ଅଟକିବ ବୋଲି ଟୁଡେଜ୍ ଚାଣକ୍ୟ ଏକଜିଟ୍ ପୋଲ କହୁଛି।
ଏବେ ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଉପରେ ସାରା ଦେଶର ନଜର ରହିଛି । ବର୍ତ୍ତମାନ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା କେତେ ରହିଛି ତାହା ଫଳଫଳା ଆସିବା ପରେ ସ୍ପଷ୍ଟ ହେବ।
ଉତ୍ତରପ୍ରଦେଶରେ ଫେବ୍ରୁଆରି ୧୦ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ଆଜି ଶେଷ ପର୍ଯ୍ୟାୟ ମତଦାନ ହୋଇଛି । ରାଜ୍ୟର ୪୦୩ବିଧାନସଭା ଆସନ ପାଇଁ ୭ଟି ପର୍ଯ୍ୟାୟରେ ପଡିଛି ଭୋଟ । ତେବେ ୧୦ତାରିଖରେ ଫଳାଫଳ ଆସିବ । କିନ୍ତୁ ଆଜି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ପରେ ଆସିଯିବ ଏକ୍ଜିଟ ପୋଲ ଅର୍ଥାତ ବୁଥ ବାହୁଡା ମତ । ଉତ୍ତରପ୍ରଦେଶ ସହିତ ପଞ୍ଜାବ, ମଣିପୁର, ଉତରାଖଣ୍ଡ ଓ ଗୋଆର ମଧ୍ୟ ନିର୍ବାଚନ ସରିଛି । ଆଉ କିଛି ସମୟ ମଧ୍ୟରେ ଏହି ସବୁ ରାଜ୍ୟର ମଧ୍ୟ ଏକ୍ଜିଟ୍ ପୋଲ ସର୍ଭେ ରିପୋର୍ଟ ଆସିବ ।
ଉତ୍ତରପ୍ରଦେଶରେ ୪୦୩ବିଧାନସଭା ଆସନ ପାଇଁ ଭୋଟ୍ ପଡିଥିବା ବେଳେ ପଞ୍ଜାବରେ ୧୧୭ ଆସନ ପାଇଁ, ଗୋଆର ୪୦ଟି ବିଧାନସଭା ଆସନ ପାଇଁ, ଉତରାଖଣ୍ଡର ୭୦ଟି ବିଧାନସଭା ଆସନ ଓ ମଣିପୁରର ୬୦ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଛି ।