୩ଟି ରାଜ୍ୟ ବଢ଼ାଇଲେ ଲକଡାଉନ ଅବଧି, ମେ ୩୧ ଯାଏଁ ବଢ଼ାଇଲେ ସମୟସୀମା

ତେଲେଙ୍ଗାନା ଓ ମିଜୋରାମ ପରେ ମେ ୩୧ ଯାଏଁ ପଞ୍ଜାବ ସରକାର ବଢ଼ାଇଲେ ଲକଡାଉନ

ଚଣ୍ଡୀଗଡ଼: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପଞ୍ଜାବରେ ଏହି ଲକଡାଉନ୍ ମେ ୩୧ ଯାଏଁ ଜାରି ରହିବ। ରାଜ୍ୟ ସରକାର ଲକଡାଉନକୁ ଆସନ୍ତା ୩୧ ତାରିଖ ଯାଏଁ ବଢ଼ାଇଦେଇଛନ୍ତି | ଲକଡାଉନରେ ସମସ୍ତେ ସହଯୋଗ କରିବାକୁ ଜନସାଧାରଣଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ଯେ ସେ ଆସନ୍ତା ୧୮ ତାରିଖ ଦିନ ଲକଡାଉନ୍ -୪ ସମୟରେ ଅନେକ ରିଲିଫ ଘୋଷଣା କରିବାକୁ ଯାଉଛନ୍ତି, କିନ୍ତୁ ଜନସାଧାରଣଙ୍କ ସାହାଯ୍ୟ ବିନା ଏହା ସମ୍ପୂର୍ଣ୍ଣ ହେବ ନାହିଁ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମେ ୧୮ ରେ କେନ୍ଦ୍ର କଣ ଘୋଷଣା କରିବାକୁ ଯାଉଛି ତାହା ମୁଁ ଜାଣେ ନାହିଁ, କିନ୍ତୁ ମୁଁ ଅଧିକରୁ ଅଧିକ ସହରରେ କଟକଣାକୁ ହଟାଇବି । କିନ୍ତୁ ଯେଉଁଠାରେ ଅଧିକ କରୋନା ମାମଲା ରହିଛି, ସେଠାରେ ପ୍ରତିବନ୍ଧକ ଜାରି ରହିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ରେଡ୍, ଗ୍ରୀନ୍ ଏବଂ ଅରେଞ୍ଜ ଜୋନ୍ ସପକ୍ଷରେ ନାହାଁନ୍ତି, ବରଂ ରାଜ୍ୟଗୁଡ଼ିକୁ କଣ୍ଟେନମେଣ୍ଟ ଏବଂ ଅଣ-କଣ୍ଟେନମେଣ୍ଟ ଜୋନରେ ଭାଗ କରିବା ସପକ୍ଷରେ ଅଛନ୍ତି।

Image Source: Zee News

ଏହା ପୂର୍ବରୁ ଉତ୍ତର ପୂର୍ବ ଭାରତର ରାଜ୍ୟ ମିଜୋରାମ ସରକାର ମେ ୩୧ ଯାଏଁ ଲକଡାଉନ ଅବଧି ବଢ଼ାଇଥିବାବେଳେ ତେଲେଙ୍ଗାନା ସରକାର ମଧ୍ୟ ମେ ୨୯ ଯାଏଁ ଲକଡାଉନ ଅବଧି ବଢାଇବାକୁ ଘୋଷଣା କରିଥିଲେ | ଅନ୍ୟପଟେ ଚର୍ଚ୍ଚା ହେଉଛି ଯେ କେନ୍ଦ୍ର ସରକାର ଦୁଇ ସପ୍ତାହ ଯାଏଁ ଦେଶରେ ଲକଡାଉନକୁ ବଢାଇପାରନ୍ତି | ଲକଡାଉନ୍ -୪ ମେ ୩୧ ଯାଏଁ ବଳବତ୍ତର ରହିପାରେ | ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ ଅଟୋ, ବସ୍ ଏବଂ କ୍ୟାବ ସେବାକୁ ଅନୁମତି ଦିଆଯାଇପାରେ | ତଥାପି, ଏହି ପ୍ରତିବନ୍ଧକ କଣ୍ଟେନମେଣ୍ଟ ଜୋନରେ ଜାରି ରହିବ |

ସମ୍ବନ୍ଧିତ ଖବର