ଅମୃତସର: ବନ୍ୟା ସହ ଲଢ଼େଇ କରୁଛି ପୂରା ପଞ୍ଜାବ ସହର। ଏହି ପ୍ରକୃତିକ ବିପର୍ଯ୍ୟାୟରେ ଏବେ ସୁଦ୍ଧା ୪୩ ଲୋକଙ୍କ ଜୀବନ ଯାଇ ସାରିଲାଣି। ଯେବେ କି ୧.୭୧ ଲକ୍ଷ ହେକ୍ଟର ଜମିରେ ହୋଇଥିବା ଫସଲ ବନ୍ୟା ଜଳରେ ବର୍ବାଦ ହୋଇଛି। ୨୩ଟି ଜିଲ୍ଲାର ସମୁଦାୟ ୧୯୦୨ଟି ଗାଁ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। ଯାହା ଦ୍ୱାରା ୩,୮୪,୨୦୫ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଏହା ସହିତ, ବନ୍ୟା ପ୍ରଭାବିତ ଅଞ୍ଚଳରୁ ଏପର୍ଯ୍ୟନ୍ତ ୨୦,୯୭୨ ଜଣଙ୍କୁ ଉଦ୍ଧାର କରାଯାଇଛି।
ପଞ୍ଜାବ ରାଜସ୍ୱ, ପୁନର୍ବାସ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ହରଦୀପ ସିଂହ ମୁଣ୍ଡିଆନ ଏନେଇ ସୂଚନା ଦେଇଛନ୍ତ। ସେ କହିଛନ୍ତି ଯେ ଭୟଙ୍କର ବନ୍ୟା ଯୋଗୁ ୨୩ଟି ଜିଲ୍ଲାର ମୋଟ ୧,୯୦୨ଟି ଗାଁ ପ୍ରଭାବିତ ହୋଇଛି। ଯାହା ଯୋଗୁ ୩.୮୪ ଲକ୍ଷରୁ ଅଧିକ ଜନସଂଖ୍ୟା ପ୍ରଭାବିତ ହୋଇଛି।
ଏପର୍ଯ୍ୟନ୍ତ ବନ୍ୟା ପ୍ରଭାବିତ ଅଞ୍ଚଳରୁ ୨୦,୯୭୨ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ଆଉ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ୧୪ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି।
ହୋସିଆରପୁର (୭), ପଠାନକୋଟ (୬), ବର୍ଣ୍ଣାଲା ଏବଂ ଅମୃତସର (୫-୫), ଲୁଧିଆନା ଏବଂ ବଥିଣ୍ଡା (୪-୪), ମାନସା (୩), ଗୁରୁଦାସପୁର ଏବଂ ଏସ୍ଏଏସ୍ ନଗର (୨-୨), ପଟିଆଲା, ରୂପନଗର, ସଂଗରୁର୍, ଫଜିଲ୍କା ଏବଂ ଫିରୋଜପୁରରୁ ଗୋଟାଏ ଲେଖାଏ ରେକର୍ଡ ହୋଇଛି।
ସେ କହିଛନ୍ତି ଯେ ଗୁରଦାସପୁର, ଅମୃତସର, ଫାଜିଲକା, ଫିରୋଜପୁର ସମେତ ୧.୭୧ ଲକ୍ଷ ହେକ୍ଟରରୁ ଅଧିକ କୃଷି ଜମିରେ ଫସଲର ବ୍ୟାପକ କ୍ଷତି ହୋଇଥିବା ରିପୋର୍ଟ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/09/05/new-project-49-2025-09-05-13-36-32.jpg)