ଚଣ୍ଡିଗଡ଼: ପଞ୍ଜାବରେ ପାଣି ପ୍ରଳୟ । ବନ୍ଯାର ବିକଟାଳ ରୂପ ଦେଖୁଛି ପଞ୍ଜାବ । ସାରା ରାଜ୍ୟରେ ଏବେ ବର୍ଷା ପରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ୩୭ ବର୍ଷର ରେକର୍ଡ ଭାଙ୍ଗିଛି ଏଥରର ବନ୍ୟା ସ୍ଥିତି । ୧୯୮୮ ପରେ ପଞ୍ଜାବ ସବୁଠାରୁ ବଡ଼ ବନ୍ୟାର ସାମ୍ନା କରିଛି । ପଞ୍ଜାବ ସାରା ପାଣି ଆଉ ପାଣି । ଘରଦ୍ବାର, ରାସ୍ତାଘାଟ, ଦୋକାନ ବଜାର ସବୁଠି ବନ୍ୟାଜଳ । ସତଲେଜ, ବ୍ୟାସ, ରାବି ନଦୀର ଜଳସ୍ତର ବଢିବା କାରଣରୁ ସ୍ଥିତି ଆହୁରି ସଙ୍ଗୀନ ହେଉଛି । ନଦୀ ଫୁଲି ସ୍ଥଳଭାଗକୁ, ସହରକୁ, ଜନବସତିକୁ ମାଡି ଯିବା ପରେ ସ୍ଥିତି ଭାୟାବହ ହୋଇଛି ।
#WATCH | Punjab: Several parts of the state reel under flooding following heavy rainfall. Visuals from Ferozepur; relief material is being provided to the stranded people with the help of boats in Nihala Lawera village. pic.twitter.com/CRnNkealz5
— ANI (@ANI) September 3, 2025
ତେବେ ବନ୍ୟାରେ ଇତିମଧ୍ଯରେ ୩୭ ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି । ପାଖାପାଖି ସାଢେ ୩ ଲକ୍ଷ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି । ରାଜ୍ୟର ସବୁତକ ଜିଲ୍ଲା ଅର୍ଥାତ ୨୩ରୁ ୨୩ ଜିଲ୍ଲା ଜଳବନ୍ଦୀ ହୋଇଛି । ୧୬୫୫ ଗାଁ ବନ୍ୟାରେ ବୁଡି ରହିଛି ।
#WATCH | Ajnala, Amritsar: Punjab police uses drones to deliver relief materials to flood victims. Visuals from Sultan Mahal Village. pic.twitter.com/PSXfoKUmyI
— ANI (@ANI) September 3, 2025
ସେପଟେ ଗୁରୁଦାସପୁର, ଅମୃତସର, ହୋସିଆରପୁର, ପଠାନକୋଟ, କପୁରଥାଲା, ଫୋରେଜପୁର, ଭଳି ଅନେକ ଜିଲ୍ଲାରେ ବନ୍ୟାଜଳ ନିଜର ଭୟଙ୍କର ରୂପ ଦେଖାଇଛି । ୧.୪୮ ଲକ୍ଷ ହେକ୍ଟର ଚାଷ ଜମିରେ ବନ୍ୟାଜଳ ମାଡିଯାଇ ଫସଲ ନଷ୍ଟ କରିଛି । ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ବର୍ଷ ଯାକର ମେହନତିରେ ବନ୍ୟା ପାଣି ପଶିଛି । ଅନେକ ଘର ବନ୍ୟା ପାଆଣିରେ ଧୋଇଯାଇଛି । କିଛି ବର୍ଷାରେ ଭାଙ୍ଗି ଯାଇଛି । ତେବେ ଚାଷ ଜମିରେ ୮ ଫୁଟର ଗଭୀର ବି ଦେଖିବାକୁ ମିଳିଛି ।
ସଙ୍କଟ ସମୟରେ ମୁଖ୍ଯମନ୍ତ୍ରୀ ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ଦେଖୁଛନ୍ତି ଏବଂ ସହାୟତା ପ୍ରଦାନ କରୁଛନ୍ତି । ପାଣି ପାଟିରୁ ଲୋକଙ୍କୁ ଉଦ୍ଧାର କରୁଛନ୍ତି ଏନଡିଆରଏଫ ଟିମ୍, ବିଏସଏଫ, ଏବଂ ସେନାବାହିନୀ । ଜଳ ପାଇଁ ଯୋଗାଯୋଗ ବିଚ୍ଛିନ୍ନ ଥିବାରୁ ଡ୍ରୋନ ସାହାଯ୍ୟରେ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଆକାଶ ମାର୍ଗରୁ ପାନୀୟ ଜଳ, ଖାଦ୍ୟ ଏବଂ ପାଉଡର କ୍ଷୀର ବଣ୍ଟା ଯାଉଛି । ପଞ୍ଜାବର ଏହି ସଙ୍କଟ ବେଳେ ସାରା ଦେଶ ରାଜ୍ୟ ସହ ଛିଡା ହୋଇଛି ଏବଂ ପଞ୍ଜାବ ପାଇଁ ପ୍ରାର୍ଥନା କରୁଛି ।