ଅମୃତସର : ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ଗୁଜରାଟ ନିର୍ବାଚନ ପ୍ରଚାର ପାଇଁ ପଂଜାବ ସରକାର ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏପ୍ରିଲ ୧ରୁ ୩ ତାରିଖ ପର୍ଯ୍ୟନ୍ତ ମାନ୍‌ ଗୁଜରାଟକୁ ଆମ୍‌ ଆଦ୍‌ମୀ ପାର୍ଟିର ପ୍ରଚାର ପାଇଁ। ଯାଇଥିଲେ। ଏଥିପାଇଁ ବେସାମରିକ ବିମାନ ଚଳାଚଳ ବିଭାଗ ପଂଜାବ ସରକାରଙ୍କୁ ଏକ ୪୫ ଲକ୍ଷ ଟଙ୍କାର ବିଲ୍‌ ଦେଇଥିଲେ। ମାନ୍‌ଙ୍କ ଗସ୍ତ ପାଇଁ ଯେଉଁ ବିମାନ ଉଡ଼ାଣ କରିଥିଲା ସେଥିପାଇଁ ଏହି ବିଲ୍‌ ଦିଆଯାଇଥିଲା। ଚଳିତ ବର୍ଷ ଡିସେମ୍ବରରେ ଗୁଜରାଟ ବିଧାନସଭା ନିର୍ବାଚନ ଅଛି। ଏଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଂଜାବ ମୁଖ୍ୟମନ୍ତ୍ରୀ ମାନ୍‌ ଦଳର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଭଟିନ୍ଦାର ଏନେଇ ବାସିନ୍ଦା ଏନେଇ ସୂଚନା ଅଧିକାର ଆଇନ ମାଧ୍ୟମରେ ତଥ୍ୟ ମାଗିଥିଲେ।