ଚଣ୍ଡିଗଡ଼: କାୟା ମେଲାଉଛି କରୋନା । ବଢୁଛି ସଂକ୍ରମଣ, ବଢୁଛି ଚିନ୍ତା । ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଭୟାବହ ପରିସ୍ଥିତି ମୁହାଁ ହେଉଥିବା ବେଳେ କରୋନାକୁ ଆଖି ଆଗରେ ରଖି ପଞ୍ଜାବ ସରକାର ଜାରି କରିଛନ୍ତି ଗାଇଡଲାଇନ୍ ।
ପଞ୍ଜାବ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଗାଇଡଲାଇନ୍ ଜାରି ହୋଇଥିବା ବେଳେ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ଶିଶୁ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ମାସ୍କ ପରିଧାନ ଉପରେ ଗୁରୁତ୍ବ ଦିଆଯାଇଛି ।
ଭିଡ ସ୍ଥାନରେ ମାସ୍କା ବାଧ୍ୟତାମୂଳକ କରାଯାଇଥିବା ବେଳେ ବ୍ୟକ୍ତିଗତ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯାଇଛି । କେମିତି ସଂକ୍ରମଣକୁ ରୋକାଯାଇପାରିବ ସେନେଇ ବ୍ୟକ୍ତିଗତ ସ୍ତରରେ ଲୋକେ ଚେଷ୍ଟା କରିବାକୁ ଅନୁରୋଧ କରିଛନ୍ତି ପଞ୍ଜାବ ସରକାର ।
ଯଦିଓ ପଞ୍ଜାବରେ ଲକଡାଉନ ସଟଡାଉନ ଭଳି କୌଣସି ପରିସ୍ଥିତି ଉପୁଜିନି ତଥାପି ସଂକ୍ରମଣ ଯଦି ବଢେ ତାହାଲେ ଆଗାମୀ ଦିନରେ ଏପରି ପଦକ୍ଷେପ ନିଯାଇପାରେ ବୋଲି ସରକାର କହିଛନ୍ତି । ସେପଟେ ଦେଶରେ ୭୪୦୦ କରୋନା ସକ୍ରିୟ ମାମଲା ଥିବା ବେଳେ ଗୁଜୁରାଟରେ ସବୁଠାରୁ ଅଧିକ ସଂକ୍ରମିତ ଅଛନ୍ତି । ଗୁଜୁଟାରରେ ୧୪୩୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/06/14/HVTr9sBqvaNn5iH6r0KX.jpg)