ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ବନ୍ଦ, ବୋର୍ଡ ପରୀକ୍ଷା ବି ସ୍ଥଗିତ

ପଞ୍ଜାବ: ପଞ୍ଜାବ ସରକାର ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ରାଜ୍ୟ ଶିକ୍ଷା ବିଭାଗ କରୋନା ମହାମାରୀ ପାଇଁ ପଞ୍ଜାବରେ ୧୦ମ ଶ୍ରେଣୀରୁ ନେଇ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବୋର୍ଡ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଏହି ବୋର୍ଡ ପରୀକ୍ଷା ଏପ୍ରିଲ ୯ ଓ ମାର୍ଚ୍ଚ ୨୨ରେ ଆରମ୍ଭ ହେବାର ଥିଲା।

ତେବେ ପଞ୍ଜାବ ବୋର୍ଡ ନୂଆ ସିଡ୍ୟୁଲ ଜାରି କରିଛି। ଏହା ଅନୁସାରେ ପଞ୍ଜାବରେ ଦଶମ ଶ୍ରେଣୀ ପରୀକ୍ଷା ମଇ ୪ରୁ ମଇ ୨୪ ପର୍ଯ୍ୟନ୍ତ ହେବ।  ସେହିପରି  ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ୨୦ଏପ୍ରିଲରୁ ମଇ ୨୪ ପର୍ଯ୍ୟନ୍ତ ହେବ ବୋଲି ସ୍ଥିର କରାଯାଇଛି। କରୋନା ମହାମାରୀ ପାଇଁ ଅନେକ ଦିନ ହେବ ବନ୍ଦ ରହିଥିଲା ସ୍କୁଲ ଓ କଲେଜ। ତେବେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି।

ଏଥିସହିତ କଲେଜରେ ଗ୍ରାଜୁଏଟ, ପୋଷ୍ଟ ଗ୍ରାଜୁଏଟ ପରୀକ୍ଷା ବି ସ୍ଥଗିତ କରାଯାଇଛି।  ଏଥିସହିତ ରାଜ୍ୟର ୧୧ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଲଗାଇ ଦିଆଯାଇଛି।

ସମ୍ବନ୍ଧିତ ଖବର