ପୂରଣ ହେଲା ସିଦ୍ଧୁଙ୍କ ଇଚ୍ଛା: ଆଡଭୋକେଟ୍ ଜେନେରାଲ୍ ଏପିଏସ୍ ଦେଓଲ ଦେଲେ ଇସ୍ତଫା

ଚଣ୍ଡିଗଡ଼: ପୁଣି ଚର୍ଚ୍ଚାରେ ପଞ୍ଜାବର ରାଜନୀତି। ଯେଉଁ ବ୍ୟକ୍ତିଙ୍କ ନିଯୁୁକ୍ତିକୁ କଂଗ୍ରେସ ନେତା ନବଜୋତ ସିିଂହ ସିଦ୍ଧୁ ବିିରୋଧ କରି ଇସ୍ତଫା ଦେଇଥିଲେ ଆଜଜି ସେ ଇସ୍ତଫା ଦେଇଛନ୍ତି। ପଞ୍ଜାବର ଆଡଭୋକେଟ୍ ଜେନେରାଲ୍ (ଏଜି) ଏପିଏସ୍ ଦେଓଲ ତାଙ୍କ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଗତ ମାସରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏପିଏସ୍ ଦେଓଲଙ୍କୁ ଆଡଭୋକେଟ୍ ଜେନେରାଲ୍ ଭାବରେ ନିଯୁକ୍ତ କରିଥିଲେ। କିନ୍ତୁ ନବଜୋତ ସିଂ ସିଦ୍ଧୁଙ୍କ ଅସନ୍ତୋଷ ହେତୁ ଦେଓଲଙ୍କୁ ଆଜି ଇସ୍ତଫା ଦେବାକୁ ପଡିଛି।

ଡିଜିପି ଏବଂ ଆଡଭୋକେଟ୍ ଜେନେରାଲଙ୍କୁ ହଟାଇବାକୁ ତାଙ୍କ ଦାବି ଉପରେ ଜିଦ୍ ଧରି ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ କରିବା ପରଠାରୁ ସିଦ୍ଧୁ ପାର୍ଟି କାର୍ଯ୍ୟାଳୟକୁ ଆସି ନାହାଁନ୍ତି କିମ୍ବା ଦଳର କୌଣସି କାର୍ଯ୍ୟକ୍ରମ ଯୋଗ ଦେଉ ନାହାଁନ୍ତି। ଅନେକ ଥର ମନାଇବାକୁ ରାଜି କରି ବିଫଳ ହେବା ପରେ ଏବେ ନିର୍ବାଚନ ପ୍ରଚାରରେ ତାଙ୍କୁ ସାମିଲ କରିବା ପାଇଁ କଂଗ୍ରେସ ପୁଣି ଥରେ ନବଜୋତ ସିଂ ସିଦ୍ଧୁଙ୍କ କଥା ଶୁଣିଛନ୍ତି। ଏପିଏସ୍ ଦେଓଲଙ୍କୁ ଆଡଭୋକେଟ୍ ଜେନେରାଲ୍ ପଦରୁ ହଟାଇଦିଆଯାଇଛି।

ସମ୍ବନ୍ଧିତ ଖବର