ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ଆଜି ପଂଜାବ କୃଷକମାନେ କରିଥିବା ଆନ୍ଦୋଳନ ପ୍ରସଙ୍ଗରେ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର ମୁହାଁମୁହିଁ ହୋଇଛନ୍ତି। ଆନ୍ଦୋଳନରତ ପଂଜାବ କୃଷକଙ୍କୁ ଦିଲ୍ଲୀ ଯିବା ବାଟରେ ହରିୟାଣା ପୁଲିସ ଅଟକାଇବା ଏବଂ ଦୀର୍ଘ ୨ ଘଣ୍ଟା ଧରି ପୁଲିସ-କୃଷକ ସଂଘର୍ଷ ଉପୁଜିଥିବାରୁ ଏନେଇ ଅମରିନ୍ଦର ହରିୟାଣା ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କୁ ଦାୟୀ କରିଛନ୍ତି। ଅମରିନ୍ଦର ଆଜି ଏକ ଟ୍ବିଟ୍ କରି କହିଥିଲେ, ଦିଲ୍ଲୀ ଆସୁଥିବା କୃଷକଙ୍କୁ ବାଟରେ ଅଟକାଇବା ଏବଂ ସେମାନଙ୍କ ବିରୋଧରେ ଦମନକାରୀ ନୀତି ଧରିବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ। ଖଟ୍ଟର ସରକାର କାହିଁକି କୃଷକଙ୍କୁ ଦିଲ୍ଲୀ ଯିବାରେ ବାଧା ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ହରିୟାଣା ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି ଯେ କୃଷକ ଆନ୍ଦୋଳନଜନିତ ଅପ୍ରୀତିକର ପରିସ୍ଥିତି ପାଇଁ ଅମରିନ୍ଦର ସଂପୂର୍ଣ୍ଣ ଭାବେ ଦାୟୀ। ଅମରିନ୍ଦର ଖାଲି ଟ୍ବିଟ୍ କରି ସମାଲୋଚନା କରୁଛନ୍ତି, କିନ୍ତୁ କଥାବାର୍ତ୍ତାଠାରୁ ଦୂରେଇ ରହୁଛନ୍ତି। ଖଟ୍ଟର କହିଛନ୍ତି, କରୋନା ମହାମାରୀ ସମୟରେ ଅମରିନ୍ଦର ଏଭଳି ଶସ୍ତା ରାଜନୀତିଠାରୁ ଦୂରେଇ ରୁହନ୍ତୁ ଏବଂ ଲୋକମାନଙ୍କ ଜୀବନକୁ ବିପଦରେ ନପକାନ୍ତୁ।
ପଂଜାବ-ହରିୟାଣା ବିବାଦ ବଢ଼ୁଛି, ପରସ୍ପରକୁ ଦାୟୀ କଲେ ଅମରିନ୍ଦର-ଖଟ୍ଟର
/sambad/media/post_attachments/wp-content/uploads/2020/11/fd65h4df98h7dg987jd98gdjgjdgjgjdg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)