ହୋସିଆର୍‌ପୁର: ଶୁକ୍ରବାର ଦିନ ପଞ୍ଜାବର ହୋସିଆର୍‌ପୁର ଅଞ୍ଚଳରେ ଧକ୍କା ଦେଇଥିବା ଟ୍ରାକ୍ଟର୍‌କୁ ଗୋଟାଏ ଟ୍ରକ୍‌ ପ୍ରାୟ ୫୦୦ ମିଟର୍‌ ଦୂରକୁ ଟାଣି ନେବାରୁ ଟ୍ରାକ୍ଟର୍‌ ଚକରେ ଲାଖି ରହିଥିବା ଟ୍ରାକ୍ଟର୍‌ ଡ୍ରାଇଭର୍‌ଙ୍କ ଶବ ଖଣ୍ଡ ବିଖଣ୍ଡ ହୋଇ ରାସ୍ତାରେ ଛିଟିକି ପଡ଼ିଥିବା କଥା ପୁଲିସ କହିଛି।

Advertisment

ହୋସିଆର୍‌ପୁର୍‌ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ମେଜର୍‌ ସିଂହ କହିଛନ୍ତି, ଶନିବାର ସକାଳେ ଶାହପୁର ଗ୍ରାମ ନିକଟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ମୃତ ଟ୍ରାକ୍ଟର୍‌ ଚାଳକଙ୍କ ଆତ୍ମୀୟ ଓ ସ୍ଥାନୀୟ ଜନତା ଉତ୍‌କ୍ଷିପ୍ତ ହୋଇ ରାସ୍ତାରେ ତାଙ୍କ ଶବ ରଖି  ପ୍ରାୟ ୬ ଘଣ୍ଟା କାଳ ରାସ୍ତା ଅବରୋଧ କରିଥିଲେ। ଟ୍ରକ୍‌ ଡ୍ରାଇଭର୍‌ଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସେମାନେ ଦାବି କରିଥିଲେ।

Truck hit kills woman in Kathmandu - OnlineKhabar English News

ପୁଲିସ କହିଛି, ‘ଷ୍ଟୋନ୍‌ କ୍ରସର୍‌’ ନେଇ ଯାଉଥିବା ଉକ୍ତ ଟ୍ରକ୍‌ଟି ବାଲି ନେଇ ଆସୁଥିବା ଟ୍ରାକ୍ଟର୍‌କୁ ପଛଆଡୁ ଧକ୍କା ଦେଇଥିଲା। ଟ୍ରାକ୍ଟର୍‌କୁ ଚଳାଉଥିଲେ ୨୧ ବର୍ଷିୟ ରୂପନଗର ଜିଲ୍ଲାର ଅନ୍ତର୍ଗତ ଭାଙ୍ଗ୍‌ଲାନ୍‌ ଗ୍ରାମର ସୁଖଦେବ ସିଂହ। ଦୁର୍ଘଟଣାରେ ସେ କେମିତି କ’ଣ ନିଜେ ଚଳାଉଥିବା ଟ୍ରାକ୍ଟର୍‌ ଚକା ସନ୍ଧିରେ ପଶି ଲାଖିଯାଇଥିଲେ। ଧକ୍କା ଦେଇଥିବା ଦ୍ରୁତଗାମୀ ଟ୍ରକ୍‌ଟି ତାଙ୍କ ଟ୍ରାକ୍ଟର୍‌କୁ ପ୍ରାୟ ୫୦୦ ମିଟର୍‌ ଦୂରକୁ ଟାଣି ନେଇଥିଲା।

ଫଳରେ ସୁଖଦେବଙ୍କ ଶରୀରର ବିଭିନ୍ନ ଅଂଶ ଖଣ୍ଡ ଖଣ୍ଡ ହୋଇ ଚାରିଆଡ଼ ଛିଟିକି ପଡ଼ିଥିଲା। କିନ୍ତୁ, ଟ୍ରକ୍‌ ଚାଳକ ଟ୍ରକ୍‌ ନେଇ ଘଟଣା ସ୍ଥଳରୁ ଖସି ପଳାଇବାରେ ସମର୍ଥ ହୋଇଥିଲେ ବୋଲି ପୁଲିସ କହିଛି।

ଫେରାର୍‌ ଟ୍ରକ୍‌ ଡ୍ରାଇଭର୍‌ଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୁଲିସ କହିଛି।