ବରଗାଡ଼ି ଗ୍ରନ୍ଥ ଅପବିତ୍ର କରିଥିବା ଅଭିଯୁକ୍ତଙ୍କୁ ପଟିଆଲା ଜେଲ୍‌ରେ ହତ୍ୟା; ପଞ୍ଜାବରେ ସିକ୍ୟୁରିଟି ଆଲର୍ଟ ଜାରି

ପଟିଆଲା: ପଞ୍ଜାବର ବରଗାଡ଼ି ଠାରେ ପବିତ୍ର ଗ୍ରନ୍ଥକୁ ଅପବିତ୍ର କରିଥିବା ମୁଖ୍ୟ ଅଭିଯୁକ୍ତ, ଯାହାଙ୍କୁ ଶନିବାର ଦିନ ପଟିଆଲାର ନୂଆ ନଭା ଜେଲ୍‌ରେ ହତ୍ୟା କରାଯାଇଥିଲା, ରବିବାର ସକାଳେ ତାଙ୍କର ଶବ କୋତକପୁରା ଡେରାକୁ ଅଣାଯିବା ପରେ ସେଠାରେ ଡେରା ସଚ୍ଚା ସୌଦାର ଅନୁଗାମୀମାନେ ଗହଳି କରିଛନ୍ତି। ଗତକାଲି ଠାରୁ ଏଥିପାଇଁ ପଞ୍ଜାବରେ ସିକ୍ୟୁରିଟି ଆଲର୍ଟ ଜାରି ହୋଇଛି। ଗତକାଲି ଠାରୁ ଏଥିପାଇଁ ପଞ୍ଜାବରେ ସିକ୍ୟୁରିଟି ଆଲର୍ଟ ଜାରି ହୋଇଛି।

ପଟିଆଲା ଠାରୁ ୫୦ କିଲୋମିଟର ଦୂର କୋତପୁର ଡେରା ଚାରିପଟେ ପଞ୍ଜାବ ପୁଲିସ ସିକ୍ୟୁରିଟି କର୍ଡନ ବଢ଼ାଇ ଦେଇଛି।

ଅଭିଯୁକ୍ତଙ୍କୁ ହତ୍ୟା କରାଯାଇଥିବା ଘଟଣାର ତଦନ୍ତ କରିବାକୁ ଶନିବାର ଦିନ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ଆଦେଶ ଦେଇଛନ୍ତି। ତିନି ଦିନ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବାକୁ ସେ ଅତିରିକ୍ତ ପୁଲିସ ନିର୍ଦେଶକ (ଏଡିଜିପି- ପ୍ରିଜନ୍‌ସ୍‌) ରୋହିତ ଚୌଧୁରୀଙ୍କୁ ନିର୍ଦେଶ ଦିଆଯାଇଛି।

Image Source: Zee News

ନିହତ ଅଭିଯୁକ୍ତ ହେଉଛନ୍ତି ମହିନ୍ଦର୍‌ପାଲ୍‌ ବିଟ୍ଟୁ। ତାଙ୍କୁ ଗତବର୍ଷ ଗିରଫ କରାଯାଇଥିଲା। ଘଟଣାଟି ଘଟିଥିଲା ଗତକାଲି ସନ୍ଧ୍ୟା ୫: ୧୫ମିନିଟ୍‌ରେ। ଡେରା ସଚ୍ଚା ସୌଦାର ଅନୁଗାମୀ ୪୯ ବର୍ଷିୟ ବିଟ୍ଟୁଙ୍କୁ ଅନ୍ୟ କଏଦୀମାନେ ଆକ୍ରମଣ କରିଥିଲେ। ତାଙ୍କୁ ତୁରନ୍ତ ନାଭା ସିଭିଲ୍‌ ହସ୍‌ପିଟାଲ୍‌କୁ ନିଆଯାଇଥିଲ। କିନ୍ତୁ, ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ କହିଥିଲେ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଫରିଦକୋଟ୍‌ବାସୀ ବିଟ୍ଟୁଙ୍କୁ ନରହତ୍ୟା ଅଭିଯୋଗରେ ଜେଲଦଣ୍ଡ ଭୋଗୁଥିବା ଗୁରୁସେବକ ସିଂହ ଏବଂ ମନିନ୍ଦର ସିଂହ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର