ଦେବାଳିଆ ହେବାକୁ ବସିଲାଣି ପଞ୍ଜାବ, ଭାଙ୍ଗିଯାଇଛି ଲୋକଙ୍କ ବିଶ୍ବାସ: ନବଜୋତ ସିଂହ ସିଦ୍ଧୁ
ଚଣ୍ଡିଗଡ: କଂଗ୍ରେସ ପଞ୍ଜାବ ବିଧାନସଭା ନିର୍ବାଚନରେ ଜିତିଲେ ତାଙ୍କ ପାର୍ଟି ପ୍ରତ୍ୟେକ ମହିଳାଙ୍କୁ ସବୁ ମାସରେ ୨ ହଜାର ଟଙ୍କା ଲେଖାଏଁ ଦେବ । ଏହା ସହ ସେମାନଙ୍କୁ ବର୍ଷରେ ୮ଟି ଗ୍ୟାସ୍ ସିଲିଣ୍ଡର ମାଗଣାରେ ମିଳିବ ବୋଲି କହିଥିବା ନବଜୋତ ସିଂହ ସିଦ୍ଧୁ ଏବେ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ପଞ୍ଜାବ ଦେବାଳିଆ ହେବାକୁ ବସିଲାଣି ବୋଲି କହିଛନ୍ତି ସିଦ୍ଧୁ।
Sambad is now on WhatsApp
Join and get latest news updates delivered to you via WhatsApp
ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ମୁଁ ଲୋକଙ୍କ କଲ୍ୟାଣ ଚାହୁଁଛି, କିନ୍ତୁ ଆମେ କିପରି ଏକ କଲ୍ୟାଣକାରୀ ରାଜ୍ୟ ହୋଇପାରିବା? ପଞ୍ଜାବ ଏବେ ଦେବାଳିଆ ହେବାକୁ ବସିଲାଣି। ପଞ୍ଜାବର ଟଙ୍କା ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ବାରା ବ୍ୟବହୃତ ହେଉଛି। ଆଗକୁ ନିର୍ବାଚନ ଥିବା ବେଳେ ସିଦ୍ଧୁଙ୍କ ଏଭଳି ବୟାନ ଏବେ ନୂଆ ବିବାଦ ଆରମ୍ଭ କରିବ ବୋଲି ଆଶା କରାଯାଉଛି।
କିଛି ସମୟ ପୂର୍ବରୁ ପଞ୍ଜାବ ନିର୍ବାଚନ ପାଇଁ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରତିଶ୍ରୁତି ଦେଇ ସିଦ୍ଧୁ କହିଥିଲେ ଯେ, ପଞ୍ଚମ ପାସ୍ କରିଥିବା ଛାତ୍ରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦିଆଯିବ,ଦଶମ ଶ୍ରେଣୀ ପାସ୍ କରିଥିବା ଛାତ୍ରୀଙ୍କୁ ୧୫ ହଜାର ଦିଆଯିବ,ଦ୍ଵାଦଶ ଶ୍ରେଣୀ ପାସ୍ କରିଥିବା ଛାତ୍ରୀମାନଙ୍କୁ ୨୦ ହଜାର ଲେଖାଏଁ ଦିଆଯିବ । ଏହା ସହିତ ସିଦ୍ଧୁ କହିଥିଲେ ମହାବିଦ୍ୟାଳୟରେ ଏଡମିସନର ରସିଦ୍ ଦେଖାଇଲେ ଛାତ୍ରୀମାନଙ୍କୁ ସ୍କୁଟି ଦିଆଯିବ । ବିଦେଶ ଯାଉଥିବା ଛାତ୍ରୀମାନଙ୍କୁ ଗୋଟିଏ ଲେଖାଏଁ ଟ୍ୟାବଲେଟ୍ ଦିଆଯିବ । ମହିଳାମାନଙ୍କୁ ଘରୋଇ କାମ ପାଇଁ ବିନା ସୁଧରେ ୨ ଲକ୍ଷ ଟଙ୍କାର ଋଣ ଦିଆଯିବ । ସବୁ ଗାଁରେ ମହିଳା କମାଣ୍ଡୋ ବାଟାଲିୟନ୍ ଗଠନ କରାଯିବ । ଏହି ବାଟାଲିୟନ୍ ଗାଁର ମହିଳାଙ୍କୁ ସୁରକ୍ଷା ଦେବାରେ ସହାୟକ ହେବ । ମହିଳାଙ୍କ ନାମରେ ସମ୍ପତ୍ତି ରେଜିଷ୍ଟ୍ରେସନକୁ ସମ୍ପୂର୍ଣ୍ଣ ମାଗଣା କରାଯିବ । ସବୁ ଜିଲ୍ଲାରେ ମହିଳାଙ୍କ ପାଇଁ ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯିବ ।