ଅମୃତସର ବିସ୍ଫୋରଣ: ୨ ଜଣ ଛାତ୍ରଙ୍କୁ ଗିରଫ କଲା ପଞ୍ଜାବ ପୁଲିସ୍‌

ଭାଟିଣ୍ଡା: ଅମୃତସର ବିସ୍ଫୋରଣ ମାମଲାର ତଦନ୍ତ କରି ପଞ୍ଜାବ ପୁଲିସ୍‌ ଚଢ଼ଉ ସମୟରେ ମଙ୍ଗଳବାର ୨ ଜଣ ଛାତ୍ରଙ୍କୁ ଗିରଫ କରିଛି। ଏହାବ୍ୟତୀତ ଅମୃତସରର ରାଜସାଂସି ଗ୍ରାମର ନିରଙ୍କରି ଭବନରେ ହୋଇଥିବା ବୋମା ବିସ୍ଫୋରଣ ମାମଲାରେ ସଂପୃକ୍ତ ଥିବା ସନ୍ଦେହ କରି ପୁଲିସ୍‌ ଅନ୍ୟ କିଛି ଲୋକଙ୍କୁ ପଚରାଉଚରା ମଧ୍ୟ କରିଛି।

ନିକଟରେ ମିଳିଥିବା ରିପୋର୍ଟ ମୁତାବକ ହୋଇଥିବା ବିସ୍ଫୋରଣରେ ୩ ଜଣ ଲୋକଙ୍କ ଜୀବନ ଯାଇଛି। ପଞ୍ଜାବ ପୁଲିସ୍‌ ସନ୍ଦେହ କରୁଛି ଯେ ପାକିସ୍ଥାନସ୍ଥିତ ଖଲିସ୍ତାନ ଲିବରେସନ ଫୋର୍ସ(କେଏଲ୍‌ଏଫ୍‌) ନେତା ହର୍‌ମିତ୍‌ ସିଂହଙ୍କର ଏହି ବିସ୍ଫୋରଣର ପଛରେ ମୁଖ୍ୟ ହାତ ରହିଛି।

ଗତକାଲି ବିସ୍ଫୋରଣ ସ୍ଥାନକୁ ବୁଲିଯାଇ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟପଟେନ୍‌ ଅମ୍ରିନ୍ଦର ସିଂହ କହିଛନ୍ତି ଯେ ପ୍ରାଥମିକ ତଦନ୍ତ ପରେ ଏହି ବିସ୍ଫୋରଣରେ ପାକିସ୍ତାନର ହାତ ରହିଥିବା ସୂଚନା ମିଳିଛି। ବିସ୍ଫୋରଣ ସ୍ଥାନରୁ ମିଳିଥିବା ଗ୍ରେନେଡ୍‌ ଦେଖିଲେ ଚିହ୍ନା ପଡୁଛି ଯେ ଏହି ଭଳି ଗ୍ରେନେଡ ପାକିସ୍ତାନର ଛୋଟମୋଟ କାରଖାନାରେ ତିଆରି କରାଯାଇ ଥାଏ।

ଏହି ଘଟଣାର ତଦନ୍ତ କରିବା ପାଇଁ ରବିବାର ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ)ର କ ୩ ଜଣିଆ ଦଳ ରବିବାର ଘଟଣାସ୍ଥଳରେ ବୁଲି ଦେଖିଛନ୍ତି।

ସମ୍ବନ୍ଧିତ ଖବର